ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାର ବିଶ୍ୱ ହସ ଦିବସ ରୂପେ ପାଳନ ହେଇଆସୁଛି । ଏହି ଦିନ ହସ ଏବଂ ଏହାର ଉପଶମକାରୀ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରାଯାଏ । ବିଶ୍ଵରେ ପ୍ରାୟ ୭୦ରୁ ଅଧିକ ଦେଶ ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହସ ଦିବସ ଭାବରେ ପାଳନ କରନ୍ତି । ଏ ବର୍ଷ ଏହା ମଇ ୩ ତାରିଖ ଆଜିର ଦିନରେ ପଡ଼ିଛି ।

ଭାରତରେ ବିଶ୍ୱ ହସ ଦିବସ ପ୍ରଥମେ ୧୦ ମଇ ୧୯୯୮ରେ ମୁମ୍ବାଇଠାରେ ପାଳନ କରାଯାଇଥିଲା । ଏହି ଦିନଟି ବିଶ୍ୱବ୍ୟାପୀ ହସ ଯୋଗ ଆନ୍ଦୋଳନର ପ୍ରତିଷ୍ଠାତା ଡାକ୍ତର ମଦନ କାଟାରିଆଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ମୁଖର ଫିଡବ୍ୟାକ୍ ହାଇପୋଥେସିସ୍ ଦ୍ଵାରା ଅନୁପ୍ରାଣିତ ହୋଇ କାଟାରିଆ ହସ ଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ହସ ଦ୍ଵାରା ଜଣେ ବ୍ୟକ୍ତିର ମୁଖର ଭାବନା ତା ଭାବନା ଉପରେ ପ୍ରଭାବ ପକାଇପାରେ ।
ହସକୁ ନେଇ କେତୋଟି ପ୍ରସିଦ୍ଧ ଆଲେଖ୍ୟ :
“ଯେତେବେଳେ ତୁମେ କିଛି ଚିନ୍ତା କର, ତୁରନ୍ତ ତା’ ଉପରେ ହସ” – ଲାଓ ତ୍ସୁ
“କେବଳ ମାନବଜାତି ପାଖରେ ହିଁ ପ୍ରକୃତରେ ଗୋଟେ ପ୍ରଭାବଶାଳୀ ଅସ୍ତ୍ର ଅଛି, ସେଇଟା ହେଉଛି ହସ” – ମାର୍କ ଟ୍ୱେନ୍
“ହସ, ଏ ଜଗତ ତୁମ ସହିତ ହସିବ । ଯଦି ନ ହସ, ତେବେ ଜଗତ ତୁମକୁ ନେଇ ହସିବ” – ଫକୀର ଈଶ୍ଵର ଦାସ
“ହସ ବିନା ଦିନ, ଦିନଟି ନଷ୍ଟ ବୋଲି ଜାଣ” – ଚାର୍ଲି ଚାପଲିନ୍
“ଫୁଲ ମାଧ୍ୟମରେ ପୃଥିବୀ ହସେ” – ରାଲ୍ଫ ୱାଲଡୋ ଏମରସନ
“ହସ ହେଉଛି ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରପ୍ତାନି” – ୱାଲ୍ଟ ଡିସନି
“ଏପରିକି ଦେବତାମାନେ ଥଟ୍ଟାକୁ ଭଲ ପାଆନ୍ତି” – ପ୍ଲାଟୋ