ମରିଯିବା ପରେ ମୃତଦେହକୁ ଖାଇ ଯାଆନ୍ତି ଏହି ଲୋକମାନେ : ଆଶ୍ଚର୍ଯ୍ୟ ଲାଗିବ ଏଭଳି ନିଆରା ପରମ୍ପରା

ଦୁନିଆରେ ଏପରି ଅନେକ ପ୍ରଜାତି ଅଛି, ଯାହା ବିଷୟରେ ସାଧାରଣ ଜଗତର ଲୋକମାନେ ସେତେଟା ଅବଗତ ନୁହଁନ୍ତି । କେବଳ ସେମାନଙ୍କୁ ନୁହେଁ ବରଂ ତାଙ୍କ ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ଆମେ ଜାଣିନାହୁଁ । ସେମାନଙ୍କ ମାନ୍ୟତା ବିଷୟରେ ଜାଣିବା ପରେ କେହି ବିଶ୍ୱାସ କରି ପାରିବେ ନାହିଁ ଯେ ଏହି ପ୍ରଜାତି କାହିଁକି ଏପରି କରନ୍ତି ।

ଦି ଗାର୍ଡିଆନ୍ରେ ପ୍ରକାଶିତ ଖବର ଅନୁଯାୟୀ ବ୍ରାଜିଲର ୟାନୋମାମି ଜନଜାତି ଏବଂ ଦକ୍ଷିଣ ଆମେରିକାର ଭେନେଜୁଏଲା, ଯାହା ୟାନାମ କିମ୍ବା ସିନେମା ନାମରେ ଜଣାଶୁଣା । ଏହି ଆଦିବାସୀମାନେ ଆଧୁନିକୀକରଣ ଏବଂ ପାଶ୍ଚାତ୍ୟକରଣ ଦ୍ୱାରା ପ୍ରଭାବିତ ନୁହଁନ୍ତି ଏବଂ ସେମାନେ ସେମାନଙ୍କର ସଂସ୍କୃତି-ପରମ୍ପରାକୁ ଅନୁସରଣ କରନ୍ତି । ଏହି କାରଣରୁ ଏହି ଜନଜାତିମାନେ ନିଜ ତରିକାରେ ବଞ୍ଚିବାକୁ ପସନ୍ଦ କରନ୍ତି ।

ଏହି ଜନଜାତିରେ ଶେଷ ରୀତିନୀତି କରିବାର ପଦ୍ଧତି ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ଏଣ୍ଡୋକାନିବାଲିଜିମ୍ ନାମକ ଏହି ପରମ୍ପରା ଅନୁଯାୟୀ, ଏହି ଜନଜାତିର ନିଜ ଗୋଷ୍ଠୀର ମୃତକମାନଙ୍କ ମାଂସ ଖାଇବାର ଏକ ନିଆରା ଅଭ୍ୟାସ ଅଛି ।

ଆମାଜନ ରେନ୍ଫରେଷ୍ଟରେ ରହୁଥିବା ୟାନୋମାମି ଜନଜାତି ବିଶ୍ଵାସ କରନ୍ତି ଯେ ମୃତ୍ୟୁ ପରେ ଶରୀରର ଆତ୍ମାକୁ ସଂରକ୍ଷଣ କରିବା ଆବଶ୍ୟକ । ସେମାନେ ବିଶ୍ୱାସ କରନ୍ତି ଯେ ଆପଣାର କେହି ମୃତ୍ୟୁବରଣ କଲେ ତାର ଶବକୁ ଜଳେଇ ଦିଅନ୍ତି । ଶବ ସଂପୂର୍ଣ୍ଣ ଜଳି ଗଲାପରେ ତାଙ୍କୁ ସେମାନଙ୍କର ସମ୍ପର୍କୀୟମାନେ ଖାଇଥା’ନ୍ତି ଏବଂ ଏହାଦ୍ଵାରା ମୃତ ବ୍ୟକ୍ତିର ଆତ୍ମା ​​ଶାନ୍ତି ପାଇପାରିବ । ଏହି ଜନଜାତିଙ୍କ ପରମ୍ପରା ଅନୁସାରେ ଶବକୁ ପୋତିବା ବଦଳେ ଜଳା ଯାଇଥାଏ । ଜଳିଯାଇଥିବା ଶବକୁ ଦେଖି ସମ୍ପର୍କୀୟମାନେ ଖୁସି ହୁଅନ୍ତି, ତା ପାଉଁଶ ଆଣି ମୁହଁରେ ବୋଳନ୍ତି । ଏମାନେ ଗୀତ ଗାଇ ନିଜ ଦୁଃଖକୁ ପ୍ରକାଶ କରନ୍ତି ।

Leave a Reply

Your email address will not be published. Required fields are marked *