ସଂସ୍କାର : କୁହନ୍ତୁ ତ, ଆପଣ ଘରେ ବସି କେତେ ଟଙ୍କା ରୋଜଗାର କରି ପାରିବେ? ଛାଡ଼ନ୍ତୁ ସେ କଥା , ଆମେ ଆଜି ଆପଣଙ୍କୁ ମୋଦି ସରକାରଙ୍କ ଏଭଳି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୧୫ ଲକ୍ଷ ପର୍ଯ୍ୟନ୍ତ ଘରେ ବସି ରୋଜଗାର କରିପାରିବେ। କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ଘରେ ବସି ୧୫ ଲକ୍ଷ ଟଙ୍କା ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି। ଏହି କ୍ରମରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଏହି ପ୍ରତିଯୋଗିତାର ଟାସ୍କ ରହିଛି କ୍ରିଏଟିଭ୍ ଲୋଗୋ, ଲୋଗୋ ଡିଜାଇନ୍ ଏବଂ ବିଭିନ୍ନ ପ୍ରକାରର ନାମ ସହିତ ଟ୍ୟାଗ ଲାଇନ ତିଆରି କରିବା।
ତେବେ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଆପଣଙ୍କୁ mygov.in ପୋର୍ଟଲରେ ରେଜିଷ୍ଟ୍ରେସନ କରିବାକୁ ପଡିବ।
my gov India ଟୁଇଟ କରି କହିଛି ଯେ, ଯେଉଁ ବ୍ୟକ୍ତି ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଛନ୍ତି , ତାଙ୍କୁ ଏକ କ୍ରିଏଟିଭ୍ ଲୋଗୋ, ଲୋଗୋ ଡିଜାଇନ୍ ଏବଂ ବିଭିନ୍ନ ପ୍ରକାରର କମ୍ପାନୀର ନାମ ସହିତ ଟ୍ୟାଗ ଲାଇନ ତିଆରି କରିବାକୁ ପଡିବ। ଆଉ ଯାହାର କାର୍ଯ୍ୟ ଠିକ ଥିବ ତାକୁ ଅର୍ଥ ରାଶି ପୁରସ୍କାର ଦିଆଯିବ। ଏହି ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ନଗଦ ୫ ଲକ୍ଷ ଟଙ୍କା ଦିଆଯିବ। ତେବେ ଏହି ପ୍ରତିଯୋଗୀତାରେ ଭାଗ ନେବାର ଶେଷ ତାରିଖବ୍ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୧୫ ତାରିଖ।