ପଢ଼ନ୍ତୁ ନାରୀମାନଙ୍କୁ ନେଇ କେତୋଟି ରୋଚକ କଥା, କେବେ ଜାଣିନଥିବେ ଆପଣ

ସଂସ୍କାର : ବିଶ୍ୱର ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟିରେ ସବୁଠାରୁ ମହାନ ଜୀବ ହେଉଛି ମନୁଷ୍ୟ। ମନୁଷ୍ୟ ମଧ୍ୟରେ ନାରୀ ଜାତି ମହାନ। ନାରୀ ରୂପରେ ଆଉ ଗୁଣରେ ବହୁତ ସୁନ୍ଦର ହୋଇଥାଏ। ନାରୀମାନଙ୍କର ମନ ବହୁତ କୋମଳ ବୋଲି ଶାସ୍ତ୍ରରୁ ପ୍ରକାଶିତ। ତେବେ ଆଜି ଆମେ ଏଠାରେ ନାରୀଙ୍କୁ ନେଇ କେତୋଟି ରୋଚକ କଥା ଉଲେଖ୍ୟ କରିଛୁ। ନାରୀଙ୍କର ସ୍ଵଭାଵ, ପ୍ରକାର ଆହୁରି ଅନେକ କଥାକୁ ନେଇ ଆମର ଏହି ରିପୋର୍ଟ…

ଏଠାରେ ଆମେ ଉଲେଖ୍ୟ କରିଛୁ ଯେ, ମହିଳା ମାନେ କେଉଁ ସ୍ୱଭାବର ହୋଇଥାନ୍ତି ଓ କେତେ ପ୍ରକାରର ହୋଇଥାନ୍ତି ଆଉ ସେ ଗୁଡିକ କଣ କଣ। ଏମିତିକି ମହିଳାମାନଙ୍କର କିଛି ଖରାବ ଗୁଣ ଆଉ ଭଲ ଗୁଣ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାର କୌଣସି ଏକ ବ୍ୟକ୍ତିର ଗ୍ରହମାନଙ୍କର ଚଳନି, ଗତି, ରାଶି ଓ ନକ୍ଷତ୍ର ଅବଧିକୁ ଦେଖି ତାହାର ଆଗତ ଭବିଷ୍ୟତ ବିଷ୍ୟୟରେ ସୂଚନା ମିଳିଥାଏ। ତେବେ ଏହି ଜ୍ୟୋତିଶ ଶାସ୍ତ୍ରରେ ପୁରୁଷ ଓ ମହିଳାମାନେ କେତେ ପ୍ରକାରର ହୋଇଥାନ୍ତି ତାହା ମଧ୍ୟ ସୂଚନା ଦିଆଯାଇଛି। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ,ଯାହା ଆପଣ କେବେବି ଜାଣିନଥିବେ। ତେବେ ଆସନ୍ତୁ ଜାଣିବା..

୧.ଚିତ୍ରିଣି ନାରୀ :- ନାରୀମାନଙ୍କ ମଧ୍ୟରୁ ଗୋଟିଏ ପ୍ରକାର ହେଉଛି ଚିତ୍ରିଣି ନାରୀ। ଯଦି ଆମେ ଚିତ୍ରିଣି ନାରୀଙ୍କ ବିଷୟରେ ଆଲୋଚନା କରିବା ତେବେ , ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ବର୍ଗର ନାରୀଙ୍କର ଆଖି ବହୁତ ସୁନ୍ଦର ହୋଇଥାଏ। ଏମାନେ ବହୁତ ଚଞ୍ଚଳ ପ୍ରକୃତିର ହୋଇଥାନ୍ତି। ଏହି ମହିଳାମାନଙ୍କୁ ସଙ୍ଗୀତ, ନାଟକ ଓ ବିଭିନ୍ନ ପ୍ରକାର ଜିନିଷରେ ରୁଚି ରହିଥାଏ। ଏମାନେ ସଜେଇ ହେବାକୁ ବହୁତ ପସନ୍ଦ କରନ୍ତି। ଏମାନଙ୍କର ଧାର୍ମିକ କାର୍ଯ୍ୟରେ ବହୁତ ରୁଚି ରହିଥାଏ। ଏମାନେ ବହୁତ ବୁଦ୍ଧିମତି ହୋଇଥାନ୍ତି।

୨.ମୁର୍ଗଣି ନାରୀ :- ନାରୀମାନଙ୍କ ପ୍ରକାର ମଧ୍ୟରୁ ମୁର୍ଗଣି ନାରୀ ହେଉଛନ୍ତି ଟିକେ ଭିନ୍ନ। ଏମାନଙ୍କ ବୟସ ଅନୁଯାୟୀ ଏମାନେ ବହୁତ ଭିନ୍ନ ଦେଖା ଯାଇଥାନ୍ତି।ଏମାନେ ଛୋଟ ଯୁବତୀଙ୍କ ପରି ଦେଖିବାକୁ ହୋଇଥାନ୍ତି। ଏମାନଙ୍କର ଆଖି ବଡ଼ ବଡ଼ ହୋଇଥିଲା ବେଳେ ଏମାନଙ୍କର ହାତ ଗୋଡ଼ ଛୋଟ ଛୋଟ ହୋଇଥାଏ।ଏମାନେ ବହୁତ କଠୋର ଶବ୍ଦ ବ୍ୟବହାର କରିଥାନ୍ତି।ଏମାନେ ନିଜ ସ୍ବାମୀ ଠାରୁ ପର ପୁରୁଷ ଏମାନଙ୍କୁ ଭଲ ଲାଗନ୍ତି। ଆଉ ପର ପୁରୁଷ ସହିତ ସମୟ ବିତାଇବାକୁ ଭଲ ପାଆନ୍ତି।

୩.ପଦ୍ମିନି ନାରୀ :-ଏମାନେ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି। ଏମାନଙ୍କୁ ସମାଜରେ ବହୁତ ପ୍ରଶଂସା ମିଲିଥାଏ। ଏମାନେ ସମସ୍ତଙ୍କ ସହିତ ମିଳି ମିଶି ଚଳନ୍ତି। ଏମାନେ ନିଜର ଭଲ ଗୁଣ ପାଇଁ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି।

୪.ସଖିନି ନାରୀ :- ଏମାନେ ଦେଖିବାକୁ ପ୍ରାୟତଃ ସାଧା ସିଧା ହୋଇଥାନ୍ତି। ଏମାନଙ୍କ ଉଚ୍ଚତା ସାଧାରଣ ହୋଇଥାଏ। ଏମାନେ ସବୁବେଳେ ନିଜ ସ୍ୱାମୀ ଉପରେ ରାଗି ଥାଆନ୍ତି। ଏହି ନାରୀମାନେ ନିଜ ସହ ପରିବାର ସହିତ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କ ଜୀବନ ସୀମା ବହୁତ ଲମ୍ବା ହୋଇଥାଏ ଏବଂ ଏମାନଙ୍କ ଶେଷ ସମୟ ବହୁତ କଠିନ ଓ କଷ୍ଟ ଦାୟକ ହୋଇଥାଏ।

୫.ହଂସିନି ନାରୀ :-ଏମାନେ ବହୁତ ଗୋରା ଓ ମୋଟା,ଅଳସୁଆ ହୋଇଥାନ୍ତି। ଏମାନେ ବହୁତ ସୁନ୍ଦର ପୁରୁଷଙ୍କୁ ବିବାହ କରିଥାନ୍ତି। ଏମାନଙ୍କର ପ୍ରାୟତଃ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଏହି ନାରୀମାନେ ସମୟ ହିସାବରେ ନିଜେ ପରିବର୍ତ୍ତନ ହୋଇଥାନ୍ତି। ଏମାନଙ୍କୁ ଅଳସୁଆପଣ ସବୁବେଳେ ଅସୁବିଧା ପକାଇଥାଏ।

Leave a Reply

Your email address will not be published. Required fields are marked *