Cost of Virat Kohli’s gold plated watch : ବର୍ତମାନ ସମୟରେ ଦୁନିଆର ସବୁଠାରୁ ଅଗ୍ରଣୀ ଖେଳାଳି ଭାବରେ ଜଣାଶୁଣା ଏବଂ କମ ସମୟ ମଧ୍ୟରେ ଅଧିକାଂଶ ରେକର୍ଡ ର ଅଧିକାରୀ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ବିଶ୍ୱର ସବୁଠାରୁ ଦାମୀ ଖେଳାଳି ମାନଙ୍କ ମଧ୍ୟରୁ ଜଣେ। କିଛି ଦିନ ପୂର୍ବେ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କ ସହ ୱେଷ୍ଟଇଣ୍ଡିଜ ଗ୍ରସ୍ତ ରୁ ଭାରତ ଫେରିଥିବା ସମୟରେ ମୁମ୍ବାଇ ଏୟାରପୋର୍ଟରେ ଦୁହିଁଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।
କିନ୍ତୁ ସେତେବେଳେ ତାଙ୍କ ହାତ ଘଣ୍ଟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇ ଥିଲା। ବିରାଟ ମୁମ୍ବାଇ ବିମାନବନ୍ଦରରେ ଯେଉଁ ଘଣ୍ଟାରେ ସମୟ ଦେଖୁଥିଲେ ତାହା କୌଣସି ଏମିତିସେମିତି ଘଣ୍ଟା ନୁହେଁ ବରଂ ଏହା ହୀରା ଏବଂ ସୁନା ବ୍ୟବହାର କରି ପ୍ରସ୍ତୁତ ହୋଇଛି ଏହି ଘଣ୍ଟା।
ଯାହାର ମାର୍କେଟ ମୂଲ୍ୟ ପ୍ରାୟ ୭୧ ଲକ୍ଷ ୧୨ ହଜାର ଟଙ୍କା ହୋଇଥିବାବେଳେ କୋହଲିଙ୍କ ପାଖରେ ଏଭଳି ଅନେକ ଘଣ୍ଟାର କଲେକ୍ସନ ରହିଛି ବୋଲି ଜଣାପଡିଛି। ବିଶେଷ କରି ଘଣ୍ଟା ଏତେ ଦାମୀ ହୋଇଥିବାରୁ ଦର୍ଶକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବିରାଟ କୋହଲିଙ୍କ ଘଣ୍ଟାରେ ସୁନା ଓ ହୀରାର ପ୍ରୟୋଗ କରାଯାଇ ଥିବାବେଳେ ଏହି ଘଣ୍ଟାରେ ବହୁତ କିଛି ଫିଚର୍ସ ମଧ୍ୟ ରହିଛି। ଏବଂ ଏହା ମଧ୍ୟ ସୂତ୍ରରୁ ଜଣା ପଡିଛି ଯେ ବିରାଟ ଯେଉଁ କମ୍ପାନୀର ପାଣି ପିଅନ୍ତି ତାହାର ଲିଟର ପିଛା ମୂଲ୍ୟ ପ୍ରାୟ ୬୦୦ ଟଙ୍କା ବୋଲି।