ସଂସ୍କାର : ଚାହା ଏକ ପାନୀୟ ନୁହେଁ , ଏହା ଏକ ଅନୁଭୂତି । ଭାରତରେ ଚାହା ପେଟ୍ରୋଲ ଭଳି ଅତ୍ୟାବଶ୍ୟକ ଜିନିଷ । ଯେମିତି ବିନା ପେଟ୍ରୋଲରେ ଗାଡି ଚାଲେନି ଠିକ ସେହିପରି ବିନା ଚାହାରେ ଲୋକଙ୍କ ଦିନର ଆରମ୍ଭ ହୁଏ ନାହିଁ। ଖୁସିରେ, ଦୁଃଖରେ , ରାଗରେ ସବୁ ସମୟରେ ଲୋକମାନେ ଚାହା ଖୋଜିଥାନ୍ତି । କିନ୍ତୁ ପ୍ରାୟ ଲୋକଙ୍କ ମନରେ ଥାଏ ଚାହା ପିଇବା ଏକ ବଦ ଅଭ୍ୟାସ। ଅନେକ ଏହି ଅଭ୍ୟାସକୁ ଛାଡି ପାରିନଥାନ୍ତି । କିନ୍ତୁ ଆଜି ଏହି ରିପୋର୍ଟରେ ଆଜି ଆପଣଙ୍କୁ ଜଣାଇବୁ ଚା ପିଇବା ଦ୍ୱାରା କଣ ହୁଏ ।
ଆମ ଦେଶରେ ବହୁତ ପ୍ରକାର ଚାହା ଲୋକମାନେ ପିଇଥାନ୍ତି, ଯେମିତି ନାଲି ଚା’, ସବୁଜ ଚା’, କଳା ଚା’। ଏଥିରେ ଅଦା, ତେଜପତ୍ର, ଲବଙ୍ଗ ପଡିଥାଏ। ଯେଉଁମାନେ ଚା’ ପିଉଛନ୍ତି ସେମାନେ ଚା’ ପିଉନଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ଦିନ ବଂଚିଥାନ୍ତି । ଚାହା ରେ ସହାୟକ ପଦାର୍ଥ ଥାଏ ଯାହା ପ୍ରଦାହକୁ ହ୍ରାସ କରିଥାଏ।
ଚାଇନା ଓ ଜାପାନର ଅଧ୍ୟୟନରୁ ଜଣାପଡିଛି ଯେ ଚାହା ପିଇବା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ । ଆମେରିକା ଏକ ଅଧ୍ୟୟନରୁ କହିଥିଲେ ଚାହା ପ୍ରତିଦିନ ୨ଗ୍ଲାସ କିମ୍ବା ଅଧିକ ପିଇବା ଦ୍ୱାରା ତାହା ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥାଏ। ଚାହା ପିଇଲେ ମୃତ୍ୟୁ ହେବାର ଚାନ୍ସ ୯ ରୁ ୧୩ ପ୍ରତିଶତ କମ ଥାଏ । ପେଟ ବ୍ୟଥା କିମ୍ବା ମୁଣ୍ଡ ବ୍ୟଥା ବେଳେ ଗୋଟେ କପ ଚାହାରୁ ବହୁତ ଆରାମ ମିଳିଥାଏ। ଚାହା ମଣିଷକୁ ସକ୍ରିୟ କରିଥାଏ ଓ ମସ୍ତିଷ୍କରେ ସତେଜତା ଆଣିଥାଏ ।