ସଂସ୍କାର :- କରୋନା କାଳରେ ଆମକୁ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ। ମାତ୍ର କେତେକ ଅମାନିଆ ଲୋକ କରୋନାକୁ ହାଲ୍କାରେ ନେଇ ମାସ୍କ ପିନ୍ଧୁନାହାନ୍ତି। ତେବେ ସ୍ପେନରୁ ଆସିଛି ଏକ ଖତରନାକ ଭିଡ଼ିଓ। ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ୍ ହେଉଛି। ଭିଡ଼ିଓ ରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ମାସ୍କ ନ ପିନ୍ଧି ଟ୍ରେନରେ ଚଢି ଯାଇଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡିଛି। ସେ ଯୁବକ ଜଣକ ମାସ୍କ ପିନ୍ଧି ନଥିବା କାରଣରୁ ତାଙ୍କୁ କିଛି ଯୁବତୀ ଟ୍ରେନରୁ ତଳକୁ ଠେଲି ଦେଇଥିଲେ।
ତେବେ ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ କହିଛନ୍ତି ଯେ, ମାସ୍କ ନ ପିନ୍ଧି ବୁଲୁଥିବା ଲୋକଙ୍କ ପାଇଁ ଏହା ଏକ ଶିକ୍ଷା ଅଟେ |
ତେବେ ଏହି ଭିଡିଓ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଏହି ଭିଡିଓ ସ୍ପେନର କୌଣସି ଏକ ରେଲୱେ ଷ୍ଟେସନ ର ବୋଲି ଜଣାପଡିଛି। ତେବେ ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ଯୁବକ ମାସ୍କ ନ ପିନ୍ଧି ଟ୍ରେନରେ ଚଢିଥିଲେ। ଏହା ପରେ, ତାଙ୍କ ସହିତ ଯାହା ହେଲା, ସେ ସ୍ୱପ୍ନରେ ମଧ୍ୟ କେବେ ଭାବିନଥିବେ।
ସେ ଟ୍ରେନରେ ଯେତେବେଳେ ଚଢିଲେ ଠିକ ସେହି ସମୟରେ ପ୍ରଥମେ ଦୁଇ ଜଣ ଯୁବତୀ ତାଙ୍କୁ ଟ୍ରେନର କବାଟ ଆଡକୁ ଠେଲିଥିଲେ, ତା’ପରେ ଯୁବକ ଜଣକ ସେମାନଙ୍କୁ ପାଟି କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଦୁଇ ଯୁବତୀ ଓ ସେହି ମାସ୍କ ପିନ୍ଧି ନ ଥିବା ଯୁବକ ଜଣକ ମଧ୍ୟରେ କିଛି ସମୟ ଝଗଡା ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ଯୁବତୀମାନେ ସେହି ମାସ୍କ ପିନ୍ଧି ନଥିବା ଯୁବକଙ୍କୁ ଟ୍ରେନରୁ ତଳକୁ ଠେଲି ଦେଇଥିଲେ।
ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ, ସେହି ମାସ୍କ ପିନ୍ଧି ନ ଥିବା ଯୁବକ ଜଣକ ଟ୍ରେନରୁ ଓହ୍ଲାଇବା ମାତ୍ରେ ଗେଟ୍ ତୁରନ୍ତ ବନ୍ଦ କରାଯାଇଥିଲା । ଏହା ପରେ, ସେ ଯୁବକ ଜଣକ ଗାଳି କରି କରି ଟ୍ରେନରୁ ଓହ୍ଲାଇଥିଲେ |