ନାବାଳିକାକୁ ବଳ ପୂର୍ବକ ବିବାହ ଘଟଣାରେ ଯୁବକଙ୍କୁ ଆଜୀବନ କାରାଦଣ୍ଡ…

ସଂସ୍କାର : ମାଲକାନଗିରି ଜିଲ୍ଲା ଦୌରା ଜଜ୍‌ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଜଣେ ନାବାଳିକାକୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଘଟଣା ଅନୁଯାୟୀ, ଓର୍କେଲ ଥାନା ଅନ୍ତର୍ଗତ ବୁଟିଗୁଡା ଅଞ୍ଚଳରେ ଗତ ୨୦୧୮ ମସିହା ଅପ୍ରିଲ ୯ ତାରିଖ ଦିନ ୧୪ ବର୍ଷର ନାବାଳିକା ନିଖୋଜ ହୋଇଥିଲେ।

ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଏହାକୁ ସେହି ମାସ ୨୩ ତାରିଖରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ନାବାଳିକା ଘର ନିକଟରେ ଅନିଲ ମାଦ୍ରୀ ନାମକ ଯୁବକ ରହୁଥିଲା। ସେ ହିଁ ନାବାଳିକାକୁ ଅପହରଣ କରିନେଇଥିବା ତଦନ୍ତରୁ ଜଣାପଡିଥିଲା।

ଅନିଲ ପ୍ରଥମେ ନାବାଳିକାକୁ ପ୍ରେମ ନିବେଦନ କରିଥିଲା। ନାବାଳିକା ରାଜି ନହେବାରୁ ତାକୁ ଜବରଦସ୍ତ ଉଠାଇ ନେଇ ନିଜ ଘରେ ବିବାହ କରିଥିଲା। ନାବାଳିକାର ପରିବାର ଲୋକେ ଅନିଲକୁ ଝିଅକୁ ଛାଡି ଦେବାକୁ କହିଥିଲେ ମଧ୍ୟ ସେ ଛାଡି ନଥିଲେ। ଏନେଇ ପରିବାର ଲୋକେ ପୁଲିସକୁ ଜଣାଇବା ପରେ ତତ୍କାଳୀନ ପୁଲିସ ଏସଆଇ ସନ୍ତୋଷିନୀ ବାରିକ ଘଟଣାର ତଦନ୍ତ କରିଥିଲେ। ଅନିଲକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାର ଶୁଣାଣି କରି ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଅନିଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଲମ୍ବୋଦର ତୁର୍କୁ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *