ସଂସ୍କାର : ନିଜର ଗାଁ ଲୋକଙ୍କ ଦ୍ଵାରା ନିର୍ଧୂମ ମାଡ଼ ଖାଇଲେ ଜଣେ ଯୁବକ। ଆଉ ମାଡ଼ ମାରିଥିବା ଲୋକମାନେ ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ପୁରା ଘଟଣାର ଭିଡିଓ। ତେବେ ଭିଡିଓ ଭାଇରାଲ ହେବା ପରେ ଉତ୍ୟକ୍ତ ହୋଇଗଲେ ଦୁଇ ଗୋଷ୍ଠୀ। ଆଉ ସେଠୁ ଆରମ୍ଭ ହେଲା ତୁମୁଳକାଣ୍ଡ। ଅନ୍ୟପଟେ ଏହି ଘଟଣାର ଭିଡିଓ ଦ୍ରୁତବେଗରେ ଭାଇରାଲ ହେବା ପରେ ୨ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁଯାୟୀ, ଜାମସେଦପୁରରେ ଜଣେ ଯୁବକଙ୍କୁ ଉଲଗ୍ନ କରି ଦୁଇ ଜଣ ଲୋକ ମାଡ଼ ମରୁଥିବାର ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଯୁବକଙ୍କର ଦେହରୁ ପୋଷାକ ବାହାର କରି ତାଙ୍କୁ ନିର୍ଧୂମ ଛେଚିଥିଲେ ଦୁଇ ଜଣ ସ୍ଥାନୀୟ ଲୋକ। ତେବେ ଯୁବକଙ୍କର ଭୁଲ୍ ଥିଲା ଯେ, ସେ ଗାଁର ପୋଖରୀ ତଟରେ ଶୌଚ ହେବାକୁ ଯାଇଥିଲେ।
ଯୁବକ ଜଣକ ଯେତେବେଳେ ଶୌଚ ହେବାକୁ ଯାଇଥିଲେ ଠିକ ସେହି ସମୟରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଯୁବକଙ୍କୁ ଦେଖି ପାଖରେ ଥିବା ଗଛରେ ବାନ୍ଧି ଉଲଗ୍ନ କରି ମାଡ଼ ମାରିଥିଲେ। ଆଉ ଏହି ଘଟଣାର ଭିଡିଓ କରି ଭାଇରାଲ କରିଥିଲେ। ତେବେ ମାଡ଼ ଖାଇଥିବା ଯୁବକ ଘଟଣା ପରେ ନିଖୋଜ ଅଛନ୍ତି। ଏହାକୁ ନେଇ ପୋଲିସ ଓ ପରିବାର ଲୋକେ ଚିନ୍ତିତ ଅଛନ୍ତି। ଏହି ଘଟଣା ଲୋହନଗରୀର ଗୋବିନ୍ଦପୁରର ପ୍ରକାଶ ନାଗରରେ ଅବସ୍ଥିତ ରକ୍ ଗାର୍ଡେନର ବୋଲି ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।