T-20 ବିଶ୍ୱକପ ପାଇଁ ଜହିର ଖାନ୍ ଚୟନ କଲେ 15 ଜଣିଆ ଭାରତୀୟ ଦଳ, ଏହି ଅଧିନାୟକ ପଡିଲେ ବାଦ୍, ଦେଖନ୍ତୁ ଲିଷ୍ଟ

Zaheer Khan chose his 15-man indian team for T20 World Cup.

T-20 ବିଶ୍ୱକପ : ଚଳିତ ବର୍ଷ ଟି -20 ବିଶ୍ୱକପ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ଏପରି ପରିସ୍ଥିତିରେ ବାମହାତୀ ଦ୍ରୁତ ବୋଲର ଅର୍ଥାତ୍ ପୂର୍ବତନ ଭାରତୀୟ କ୍ରିକେଟର ଜହିର ଖାନ 15 ଜଣିଆ ଦଳ କୁ ଚୟନ କରିଛନ୍ତି।

ସବୁଠୁ ବଡ କଥା ହେଉଛି ଶ୍ରୀଲଙ୍କା ସିରିଜରେ ଭାରତୀୟ ଦଳର ଅଧିନାୟକ ଥିବା ଶିଖର ଧାୱନ ଏବଂ କୁଲଦୀପ ଯାଦବଙ୍କୁ ତାଙ୍କ ଦଳରେ ସାମିଲ କରିନାହାନ୍ତି, ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ଦୁହିଁ ଙ୍କୁ ଓପନର୍ ଭାବରେ ଚୟନ କରିଛନ୍ତି ଏବଂ ତିନି ନମ୍ବର ରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟଭାଗରେ ଚୟନ କରିଛନ୍ତି ।

କ୍ରିକବଜ୍ ରେ କଥାବାର୍ତ୍ତା ବେଳେ ଜାହିର କହିଛନ୍ତି ଯେ ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରନ୍ତି ନାହିଁ, ତେବେ ବ୍ୟାଟ୍ସମ୍ୟାନ୍ ବଦଳରେ ଭାରତ ଜଣଙ୍କୁ ଅତିରିକ୍ତ ବୋଲର ଭାବେ ବାଛିବା ଉଚିତ୍। ଏବଂ ଚହଲଙ୍କୁ ମୁଖ୍ୟ ଲେଗ-ସ୍ପିନର ଏବଂ ରାହୁଲ ଚହରଙ୍କୁ ବ୍ୟାକଅପ୍ ଭାବରେ ବାଛିଛନ୍ତି ଏବଂ ଜାହିର ଙ୍କ ଅନୁଯାୟୀ ଯଦି ଆପଣ କିଛି ଅଲଗା କରିବାକୁ ଚାହୁଁଛନ୍ତି ତେବେ ବରୁଣ ଚକ୍ରବର୍ତ୍ତୀକୁ ବାଛି ପାରିବେ, ଅନ୍ୟଥା ଆପଣ ୱାଶିଂଟନ୍ ସୁନ୍ଦର ଙ୍କୁ ଦଳରେ ଚୟନ କରିପାରିବେ।

ଜହିର ଖାନ ଟି -20 ବିଶ୍ୱକପ ପାଇଁ 15 ଜଣିଆ ଦଳ, ଦେଖନ୍ତୁ ଖେଳାଳି ତାଲିକା।

ରୋହିତ ଶର୍ମା, କେ ଏଲ ରାହୁଲ, ବିରାଟ କୋହଲି (ଅଧିନାୟକ),ସୂର୍ଯ୍ୟକୁମାର ଯାଦବ,ଈଶାନ କିସାନ,ଋଷଭ ପନ୍ତ,(ଵିକେଟ କିପର),ହାର୍ଦ୍ଧିକ ପାଣ୍ଡ୍ୟା,ରବୀନ୍ଦ୍ର ଜାଡେଜ଼ା,ଦୀପକ ଚହର,ୟୁଜବେନ୍ଦ୍ର ଚହଲ, ଜସପ୍ରିତ୍ ବୁମରାହ୍ , ମହମ୍ମଦ ସମି,ରାହୁଲ ଚହର,ଟି ନଟରଯାନ/ଭୁବନେଶ୍ୱର କୁମାର, ୱାଶିଂଟନ୍ ସୁନ୍ଦର / ବରୁଣ ଚକ୍ରବର୍ତ୍ତୀ । ଜହିର ଖାନଙ୍କ 15 ସଦସ୍ୟ ବିଶିଷ୍ଟ ଦଳ ବିଷୟରେ ଆପଣ କ’ଣ ରାୟ ଦୟାକରି କମେଣ୍ଟ କରି ଜାଣନ୍ତୁ।

Leave a Reply

Your email address will not be published. Required fields are marked *