ଦେଖନ୍ତୁ ଭିଡ଼ିଓ: ଚୋରୀ କରି ସୁଙ୍ଘୁଥିଲା ଯୁବତୀଙ୍କ ବ୍ରା – ପେଣ୍ଟି, ରସିକିଆ ଚୋର କୁ ଗିରଫ କଲା ପୋଲିସ

ସଂସ୍କାର : ଅନେକ ଲୋକ ଡକାୟତି, ଟଙ୍କା ଚୋରି କରି, ବ୍ୟାଙ୍କ ଲୁଟ୍ କରି ଜେଲ ଯିବା କଥା ଶୁଣିଥିବେ ଆପଣ। ଚୋରି କରି ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯିବା କିଛି ନୂଆ କଥା ନୁହେଁ। ହେଲେ ଆମେ ଆଜି ଏମିତି ଏକ ଚୋରଙ୍କ ବିଷୟରେ ଆପଣଙ୍କୁ କହିବୁ , ଯିଏ ବର୍ତ୍ତମାନ ସଭିଙ୍କ ଠୁ ନିଆରା ଚୋର। ଏହି ଚୋର ଜଣଙ୍କର ଚୋରିର ଷ୍ଟାଇଲ ବି ଅନ୍ୟ ଠୁ ଟିକେ ନିଆରା।

ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଏହି ନିଆରା ଚୋରର ନାମ ସଞ୍ଜୟ ନିଶାଙ୍କ। ଘର ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ନାଁ ରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୨୩ ଟି ମାମଲା ରହିଛି। ସଞ୍ଜୟ ନିଶାଙ୍କ ଜଣେ ବିବିଏ ପଢୁଆ ଯୁବକ। କିନ୍ତୁ ସଂଜୟର ନିଶା ଥିଲା ଚୋରି କରିବା। ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ସେ ଚୋରି କରୁଥିଲା । ସେ ବିଗତ ୫ ବର୍ଷରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଚୋରି କରିଥିଲା । ଆଗକୁ ବିବାହ ଥିବାରୁ ସେ ସୁନା ଅଳଙ୍କାର ଚୋରି କରୁଥିବା ଜାଣିବାକୁ ପାଇଛି ପୋଲିସ ।

ଅଭିଯୁକ୍ତ ଠାରୁ ୪୨୩ ଗ୍ରାମ ଓଜନର ସୁନା ଗହଣା, ୬୦୫ ଗ୍ରାମ ରୂପା, ୨ଟି ଲ୍ୟାପ୍‌ଟପ୍‌, ୨ ମୋବାଇଲ ଫୋନ୍ ଓ ଗୋଟିଏ ପାଇକ୍ ଚୋରି କରିଥିବା ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜିବ ସତପଥୀ ସୂଚନା ଦେଇଛନ୍ତି। ତେବେ ଆଉ ଗୋଟିଏ ଘଟଣା ସଭିଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଜବତ ସାମଗ୍ରୀ ମଧ୍ୟରେ ମିଳିଛି ୨ ବସ୍ତା ଅନ୍ତଃବସ୍ତ୍ର । ଯେଉଁଥିରେ ୨୫୦ ଟି ଯୁବତୀଙ୍କ ଅନ୍ତବସ୍ତ୍ର ରହିଥିବା ଜଣାପଡିଛି । ଅନ୍ତବସ୍ତ ଚୋରି କରିବା ଦ୍ୱାରା ସେ ପାଉଥିଲା ଅପୂର୍ବ ଶାନ୍ତି । ଦାମୀ ଜିନ୍ସ ସାଙ୍ଗକୁ ଅନ୍ତଃ ବସ୍ତ୍ର ଚୋରି କରିବା ସଂଜୟର ନିଶା ଥିଲା । କିଛି ଦିନ ହେଲା ସେ ଜୋମାଟୋ ବୟ ଭାବେ କାମ କରୁଥିଲା ।

ସକାଳୁ ଖାଇବା ଡେଲିଭରି ଦେବା ଆଳରେ ଚୋରି ପ୍ଲାନିଂ କରୁଥିଲା। ପରେ ରାତିରେ ସେହି ଘରେ ପଶି ଗ୍ରୀଲ କାଟିବା ସହ କଳାକନା ବୁଲାଉଥିଲା । ଗିରଫ ଅଭିଯୁକ୍ତର ଏଭଳି ବୟାନ ପୋଲିସର ଅକଲ ଗୁଡୁମ କରି ଦେଇଛି । ତେବେ ପୂର୍ବରୁ ଚନ୍ଦ୍ରଶେଖରପୁର ପୋଲିସ ଏହି କାମୁକ ଚୋରକୁ ଗିରଫ କରିଥିଲା। ସେତେବେଳେ ତା ନାଁ ରେ ୧୮ ଟି କେସ ଥିଲା । ଏବେ ପୁଣି ଆଉ ୫ ଟି କେସ ଯୋଡ଼ିହେବା ପରେ ବାବୁ ଜଣଙ୍କ ଧରା ଦେଇଛନ୍ତି ନୟାପଲ୍ଲୀ ପୋଲିସ ହାତରେ।

Leave a Reply

Your email address will not be published. Required fields are marked *