ମେଷ: ଆପଣଙ୍କ ସଫଳତା ରାସ୍ତାରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଛାତ୍ରଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
ବୃଷ: ସାରା ଦିନ ମନରେ ପ୍ରସନ୍ନତା ରହିବ। ନୂଆ ବିଚାର ଆପଣଙ୍କୁ ଆର୍ଥିକ ଉନ୍ନତି ଦେବ। ଅଫିସରେ ସଭିଙ୍କ ସହ ଭଲ ତାଳମେଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ। ବ୍ୟାପାରିମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆର୍ଥିକ ଲାଭ ପ୍ରାପ୍ତ କରି ପାରିବେ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ଵଜନମାନଙ୍କ ସମାଚାର ଆପଣଙ୍କୁ ଭାବ-ବିହ୍ୱୋଳ କରିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସଭାରେ ଲୋକେ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଲାଭର ଅବସର ମିଳିବ। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବେ। ଖର୍ଚ୍ଚ ବଢ଼ିବା କାରଣରୁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। କୁଟୁମ୍ବଜନମାନଙ୍କ ଏବଂ ସହକର୍ମିମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।
କର୍କଟ: ପୂଜାପାଠରେ ଅଧିକ ସମୟ ବିତିବ। ବିଶେଷ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାହ ପ୍ରସ୍ତାବ ମିଳିବ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ଆଜି ର ଦିନ ମଉଜ ମସ୍ତୀ ଏବଂ ମନୋରଞ୍ଜନରେ କଟିବ। ସ୍ଵାଦିଷ୍ଟ ଭୋଜନ ଏବଂ ନୂଆ ବସ୍ତ୍ରାଭୂଷଣ ଆଦି କ୍ରୟ କରିବେ।
ସିଂହ: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଧନଲାଭର ନୂଆ ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ପରିବାରର ସଦସ୍ୟମାନଙ୍କ ସହିତ ମିଳିକରି ଆପଣ ଆନନ୍ଦପୂର୍ବକ ସମୟ କଟାଇବେ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ଆପଣଙ୍କର ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରେଇ ରଖିବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତିତ ହୋଇପାରନ୍ତି। ବୌଦ୍ଧିକ ଚର୍ଚ୍ଚା ତଥା କଥାବାର୍ତ୍ତାରେ ଭାଗ ନିଅନ୍ତୁ ନାହିଁ। ପ୍ରଣୟ ପ୍ରକରଣରେ ସଫଳତା ମିଳିବ।
ତୁଳା: କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ବ୍ୟବସାୟରେ ସମସ୍ୟାର ସମାଧାନ କରିନେବେ। ଫୋନରେ କଥା ହେବାବେଳେ ଅଯଥା କଥା କହନ୍ତୁ ନାହିଁ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି। ମାତାଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତା ହୋଇପାରେ। ଯାତ୍ରା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଛାତିରେ ଅସୁବିଧା ହୋଇପାରେ। ଜମି ସମ୍ବନ୍ଧୀତ ମାମଲାରେ ସାବଧାନୀପୂର୍ବକ ବ୍ୟବହାର କରନ୍ତୁ। ବିଦ୍ୟାର୍ଥିମାନଙ୍କ ମନ ପାଠପଢ଼ାରେ ଲାଗିବ।
ବିଛା: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କର୍ମକ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ଆଜିର ଦିନ ଖୁସିପୂର୍ବକ ବ୍ୟତୀତ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବେ। ଘରେ ଭାଇ-ଭଉଣୀମାନଙ୍କ ସହିତ ମେଳ-ମିଳାପ ରହିବ।
ଧନୁ: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରର ସବୁ ଲୋକ କାମରେ ପରସ୍ପରଙ୍କୁ ସାହାଯ୍ୟ କରିବେ। ଘରକୁ ନୂଆ ବନ୍ଧୁ ଆସିବେ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଦିନ ମଧ୍ୟମ ଫଳଦାୟୀ ପ୍ରମାଣିତ ହେବ।
ମକର: ଆପଣଙ୍କ ପ୍ରଦର୍ଶନ ଦ୍ବାରା କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ। ଅଫିସ୍ କିମ୍ବା ବ୍ୟବସାୟରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଗୃହସ୍ଥ ଜୀବନରେ ଆନନ୍ଦର ବାତାବରଣ ରହିବ।
କୁମ୍ଭ: ଶାନ୍ତ ମନରେ କାମ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟରେ ବୃଦ୍ଧି ହେବ। ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ। ଆର୍ଥିକ ଦେବା-ନେବା କରନ୍ତୁ ନାହିଁ। ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ।
ମୀନ: ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁ ସହ କଥାବାର୍ତ୍ତା ହେବେ। ନୂଆ ବିଚାର ଉପରେ କାମ କରନ୍ତୁ, ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗଅଛି। ଶୁଭ ସମାଚାର ମିଳିବ। ଜୀବନସାଥୀ ଏବଂ ସନ୍ତାନ ଲାଭ ପ୍ରାପ୍ତ ହେବ। ଆକସ୍ମିକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି।