ଦିଲ୍ଲୀର ଏହି ସ୍ଥାନରେ ଲାଗିଲା ଭୟଙ୍କର ନିଆଁ : ଜଳିଗଲା ପ୍ରାୟ ୧୨୦୦ ଘର

ଦିଲ୍ଲୀ : ଦିଲ୍ଲୀର ତୁଗଲକାବାଦ ଅଞ୍ଚଳ ପାଖରେ ଥିବା ଏକ ଗାଁରେ ୧୨୦୦ ଝୁମ୍ପୁଡ଼ି ଘର ଜଳି ପାଉଁଶ ହେଇଯାଇଛି । ସୂଚନା ଅନୁଯାୟୀ ନିଆଁ ଲାଗିବା ଘଟଣା ଅଗ୍ନିଶମ ବିଭାଗକୁ ଗତ କାଲି ବିଳମ୍ବିତ ରାତି ପ୍ରାୟ ସାଢେ ବାରଟାରେ ମିଳିଲା । ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭାଇବାକୁ ୩୦ ଗୋଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଯୁଟିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସେ ଅଞ୍ଚଳରେ ଆଗରୁ ବି ଅନେକ ଥର ନିଆଁ ଲାଗିଛି । ହୁଏତ ଏଥର ବି ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏ ନିଆଁ ଲାଗିଥାଇପାରେ । ତଥାପି ଖୁସିର କଥା ଯେ ଏ ଦୁର୍ଘଟଣାରେ କେହି ମଣିଷ ଆହତ ବା ନିହତ ହେବା ଖବର ନାହିଁ । କିନ୍ତୁ ଯାବତୀୟ  ଆସବାସ ସହ ଝୁମ୍ପୁଡ଼ି ସବୁ ଜଳି ପାଉଁଶ ହେଇ ଯାଇଥିବାବେଳେ ପ୍ରାୟ ୧୩୦୦ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏ ଦୁର୍ଘଟଣା ରାତି ସାଢେ ୧୨ ଟା ପାଖାପାଖି ଘଟିଥିଲା ଯେତେବେଳେ କି ସମସ୍ତେ ଶୋଇଥିଲେ । ନିଆଁ ଲାଗିଲା ନିଆଁ ଲାଗିଲା ଶବ୍ଦ ଶୁଣି ନିଜ ନିଜ ଜୀବନ ରକ୍ଷା କରି ପରିବାର ସମେତ ଘରୁ ଦୌଡ଼ି ବାହାରି ଆସିଲେ ସିନା ହେଲେ ପଛରେ ରହିଗଲା ସେମାନଙ୍କ ଘରର ସମସ୍ତ ଦରକାରୀ ଆସବାବପତ୍ର । ଏ କରୋନା ସଙ୍କଟ ସମୟରେ ଏ ବୋଝ ଉପରେ ନଳିତା ବିଡ଼ା ନୁହେ କି !

Leave a Reply

Your email address will not be published. Required fields are marked *