ଚମୋଲିରେ ପ୍ରକୃତିର ତାଣ୍ଡବ, କାହିଁକି ହେଲା ଭୟଙ୍କର ହିମସ୍ଖଳନ,୧୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ ନିଖୋଜ

14 people were loss their life and 170 are still missing, after a glacier break Chamoli, Uttarakhand

ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଗଙ୍ଗା ନଦୀ ଶାଖା ରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ ଜଣ ନିଖୋଜ ଥିବା ଜଣା ପଡିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏବଂ ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମଧ୍ୟ ମିଳିଛି।

ଗ୍ଲେସିୟର ହେଉଛି ବରଫର ବିଶାଳ ଜନସମାଗମ । ଏହା ବେସମେଣ୍ଟକୁ ଆଚ୍ଛାଦନ କରେ । ଗ୍ଲେସିୟର କେବଳ ସେହିସବୁ ଅଞ୍ଚଳରେ ଦେଖିବାକୁ ମିଳେ ଯେଉଁଠାରେ ତୁଷାର ଆବରଣ ସ୍ଥାୟୀ ରୁହେ ଅର୍ଥାତ୍ ଉଚ୍ଚ ଉଚ୍ଚତା ସମ୍ପନ୍ନ ସ୍ଥାନରେ । କମ୍ ତାପମାତ୍ରା ଯୋଗୁ ତୁଷାର ନତରଳି ଜମା ହୋଇ ବରଫରେ ପରିଣତ ହୁଏ । କ୍ରମଶଃ ମେଟାମୋର୍ଫୋସିସ୍, ଯାହାକି ଅନେକ ଦଶନ୍ଧି ନେଇପାରେ, ଫଳସ୍ୱରୂପ ଏକ ବିଶାଳ ବରଫ ସୃଷ୍ଟି ହୁଏ । ଅନେକ ଡଜନ ମିଟର ମୋଟା ଏକ ଗ୍ଲେସିୟରରେ ପରିଣତ ହୁଏ ।

ତେବେ ଗତକାଲି ୭ ବର୍ଷ ପରେ ପୁଣିଥରେ ଉତ୍ତରାଖଣ୍ଡର ଚମେଲିରେ ପ୍ରକୃତିର ଭୟାନକ ରୂପ ଦେଖିବାକୁ ମିଳିଛି । ରାଇନି ଗାଁ ନିକଟରେ ଗ୍ଲେସିୟର ସ୍ଖଳନ ହୋଇ ଅଚାନକ ଆସିଛି ଏକ ବଡ଼ ବନ୍ୟା । ଏହି ବନ୍ୟା ଅନେକ ବସତି ଛାରଖାର କରିଥିବା ବେଳେ କେତେ ପ୍ରୋଜେକ୍ଟକୁ ଭାଙ୍ଗି ଛିନଭିନ କରିଦେଇଛି ।

ସୂଚନାଥାଉ ଯେ ଏହି ଗ୍ଲେସିୟର ଦୁଇ ପ୍ରକାର : ଅଲ୍‌ପାଇନ୍‌ ଏବଂ ଆଇସ୍‌ ସିଟ୍‌ସ (ବରଫ ଚଟାଣ) । ପାହାଡ଼ର ଗ୍ଲେସିୟରକୁ ଅଲ୍‌ପାଇନ୍‌ ଶ୍ରେଣୀଭୁକ୍ତ କରାଯାଇଥାଏ ଯାହା ସ୍ଖଳନ ହେବାର ପ୍ରମୁଖ କାରଣ ହେଉଛି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ସେହିପରି ଆଇସ୍‌ ସିଟ୍‌ସର ସ୍ଖଳନ ବିଭିନ୍ନ କୋଣରେ ଚଳନ ଏବଂ ତାପାୟନ ବୃଦ୍ଧି ଯୋଗୁଁ ହୋଇଥାଏ । ବିଶାଳ ବରଫ ଖଣ୍ଡ ଭାଙ୍ଗି ଯେତେବେଳେ ଗ୍ଲେସିୟର ଭିତରେ ପ୍ରବାହିତ ହୁଏ ସେତେବେଳେ ବରଫ ଅତି ଦ୍ରୁତ ଗତିରେ ତରଳିବା ଆରମ୍ଭ କରିଥାଏ ଯଦ୍ଵାରା ଅଚାନକ ନଦୀଗୁଡ଼ିକରେ ବନ୍ୟା ଆସିଯାଏ ।

Leave a Reply

Your email address will not be published. Required fields are marked *