ସଂସ୍କାର : ହରିଆଣାରୁ ଆସିଛି ” ଅଜବ୍ ପ୍ରେମ୍ କି ଗଜବ୍ କାହାନୀ” ଭଳି ଏକ ଖବର। ଏହି କାହାଣୀ ଏପରି ଯେ, ଜଣେ ‘ଅସନ୍ତୁଷ୍ଟ’ ପ୍ରେମୀ ଯୁଗଳ ଗତ ସୋମବାର ଦିନ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟରେ ପହଞ୍ଚିଥିଲେ।ମାମଲା ଅନୁଯାୟୀ, ଜଣେ ୧୯ ବର୍ଷର ଯୁବତୀ ୬୭ ବର୍ଷର ବୃଦ୍ଧଙ୍କ ପ୍ରେମରେ ପଡିଯାଇଥିଲେ। ଏପରିକି ଉଭୟ ପ୍ରେମବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ପ୍ରେମୀ ଯୁଗଳ ନିଜ ଜୀବନ ପ୍ରତି ବିପଦର ସମ୍ମୁଖୀନ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସେ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଅଜବ ପ୍ରେମୀ ଯୁଗଳଙ୍କ ମାମଲା ଦେଖି ହାଇକୋର୍ଟର ବିଚାରପତିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାମଲାର ଗମ୍ଭୀରତାକୁ ବିଚାର କରି ହାଇକୋର୍ଟ ତୁରନ୍ତ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲା ହେଉଛି ହରିୟାଣାର ପାଲୱାଲର ଜଣେ ମୁସଲମାନ ପ୍ରେମୀ ଦମ୍ପତିଙ୍କର। ସୂଚନାନୁସାରେ, ଜଣେ ୧୯ ବର୍ଷର ଯୁବତୀ ବିଲରେ କାମ କରୁଥିବା ୬୭ ବର୍ଷର ବୃଦ୍ଧଙ୍କୁ ପ୍ରେମରେ ପଡିଥିଲା। ଯେତେବେଳେ ଯୁବତୀର ପରିବାର ଏହା ଜାଣିଲେ, ସେମାନେ ଏହାକୁ ବିରୋଧ କଲେ। ଏହା ପରେ କିନ୍ତୁ ଝିଅଟି ନିଜ ବୃଦ୍ଧ ପ୍ରେମିକ ସହିତ ରହିବାକୁ ଲାଗିଲା ଏବଂ ଦୁହେଁ ବିବାହ କରିନେଲେ। କିନ୍ତୁ ବର୍ତ୍ତମାନ ଏବେ ଉଭୟ ପରିବାର ଠାରୁ ଧମକ ପାଉଛନ୍ତି। ଏହା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।