ଏଣିକି ମେଣ୍ଟିବ ପେଟପାଟଣା ଚିନ୍ତା, ଫେରିବେନି ଆଉ ପ୍ରବାସୀ : ଖୋଲିଲା ଏତେଟା ସୂତାକଳ

ସୁରତ : ମହାମାରୀ କରୋନାର ମହାସଙ୍କଟ ଭିତରେ ଚଳଚଞ୍ଚଳ ହେଇ ଉଠିଛି ସୂତାକଳ । ଲକଡାଉନ କଟକଣା ଯୋଗୁ ଦୀର୍ଘ ଦୁଇ ମାସ ଧରି ସୁରତର ସୁତାକଳଗୁଡ଼ିକରେ ପଡ଼ିଥିଲା ତାଲା । ହେଲେ ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କଟକଣାରେ କେତେଟାକାଂଶରେ କୋହଳ କରାଯାଇଥିବାବେଳେ ସୁରତରେ ଖୋଲିଛି ୩୦ ପ୍ରତିଶତ ସୂତାକଳ ।

ସୂତାକଳ ଖୋଲିବା ଦ୍ଵାରା ଶ୍ରମିକମାନେ ନିଜ କର୍ମ ସଂସ୍ଥାନକୁ ଫେରିପାରିବେ ବୋଲି କୁହାଯାଉଥିବେଳେ ସୁରତରୁ ପ୍ରବାସୀଙ୍କ ଫେରିବା ସଂଖ୍ୟାରେ ହ୍ରାସ ଘଟିବ ନେଇ ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ଅମ୍ବ୍ରୋଲିର ଅଞ୍ଜନି ଇଣ୍ଡଷ୍ଟ୍ରିଆଲିଷ୍ଟେଟ, ବେଡ୍ ରୋଡ୍, ପାଣ୍ଡେସୋରା, କିମ, କଟୋଦ୍ରା ଆଦି ସ୍ଥାନରେ ସୂତାକଳ କାରଖାନା ଆରମ୍ଭ ହେଇଯାଇଛି । ଏଠାରେ ଅନେକ ଓଡ଼ିଆ ପ୍ରବାସୀ ଅଛନ୍ତି ଯେଉଁମାନେ ସୂତାକଳ ଖୋଲିବା ନେଇ ଆଶା ବାନ୍ଧିଛନ୍ତି ।  

Leave a Reply

Your email address will not be published. Required fields are marked *