ICMR ର ବଡ଼ ଖୁଲସା : କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୫୬ ପ୍ରତିଶତ କେବଳ …

ବୟସ୍କ ବ୍ୟକ୍ତି ଏବଂ ଅନ୍ୟ ରୋଗରେ ପୀଡ଼ିତ ଥିଲେ କରୋନା ସଂକ୍ରମିତ ହେବାର ସମ୍ଭାବନା ଅଧିକ । କେବଳ ସଂକ୍ରମିତ କାହିଁକି କରୋନା କାରଣରୁ ମୃତ୍ୟୁ ହାର ବି ଅଧିକ ଏହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କର । ତେବେ ତ୍ତରପ୍ରଦେଶରୁ ଆସିଛି ଚମକେଇଲା ଏକ ଭଳି ଖବର । କରୋନା ଭାଇରସ ସେଠାକାର ସୁସ୍ଥ ଯୁବକମାନଙ୍କ ପାଇଁ ସାଂଘାତିକ ପ୍ରମାଣିତ ହେଉଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୫୬ ପ୍ରତିଶତ ଲୋକ, ଯେଉଁମାନଙ୍କର କୌଣସି ଅନ୍ୟ ରୋଗ ନଥିଲା ସେମାନେ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି ।

ରିପୋର୍ଟ ଅନୁଯାୟୀ ରାଜ୍ୟରେ ହୋଇଥିବା ମୃତ୍ୟୁ ଭିତରେ ପ୍ରାୟ ୪୪ ପ୍ରତିଶତ ୩୦ରୁ ୫୯ ବର୍ଷ ବୟସର ବ୍ୟକ୍ତି ଥିଲେ । ଏନେଇ ଗତକାଲି ଶୁକ୍ରବାର ଦିନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈଠକରେ ICMR ଏକ ରିପୋର୍ଟ ଦେଇଛି । ସବୁଠାରୁ ଅଧିକ ୩୭ ପ୍ରତିଶତ ମୃତ୍ୟୁ ଲକ୍ଷ୍ନୌ, ମେରଠ, ବନାରସ, କାନପୁର ନଗର, ଗୋରଖପୁରରେ ହୋଇଛି । କେବଳ ମେରଠ ଜିଲ୍ଲାରେ ମୃତ୍ୟୁ ହାର ୨.୪ ପ୍ରତିଶତ ଥିଲା ଯାହା ଅନେକ ସପ୍ତାହ ଧରି ବଦଳି ନଥିଲା ।

ଖବର ଅନୁଯାୟୀ କରୋନାର ପ୍ରଥମ ପିକ୍ ଉତ୍ତରପ୍ରଦେଶ ଅତିକ୍ରମ କରିସାରିଲାଣି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ସତ କିନ୍ତୁ ମୃତ୍ୟୁକୁ ରୋକିବା ପାଇଁ ଜିଲ୍ଲା ତଥା ଡାକ୍ତରଖାନା ସ୍ତରରେ ପୁନଃ ସମୀକ୍ଷା ଆବଶ୍ୟକ । ତେବେ ରିପୋର୍ଟ ଅନୁସାରେ ଅମରୋହା, ଫତେହପୁର, ମଥୁରା, ଆଜାମଗଡ଼ ବହରାଇଚ, ସମ୍ଭଲ, ରାୟବରେଲି, ସିଦ୍ଧାର୍ଥ ନଗର, ଆମେଠି ଏବଂ କାସଗଞ୍ଜରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *