ସଂସ୍କାର : ଦେଶରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି 5ଜି। 5ଜି କୁ ନେଇ ଆଇଟି ମନ୍ତ୍ରୀଙ୍କ ବଡ ଘୋଷଣା । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଦୂରସଂଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି ଏବଂ ଟେକନିକ୍ ଇନଷ୍ଟଲେସନ ଉପରେ ଜୋର ଦିଆଯାଉଛି।
ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହାପରେ ସାରା ଦେଶରେ ଏହାର ବିସ୍ତାର କରାଯିବ।କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଆମେ ଆଶା ରଖିଛୁ ଯେ, ଆସନ୍ତା ଦୁଇରୁ ତିନି ବର୍ଷରେ 5G ଦେଶର ପ୍ରତିଟି ସ୍ଥାନରେ ପହଞ୍ଚ ପାରିବ। ଏହାସହ ଏହି ସେବା ସୁଲଭ ରହିବା ନେଇ ମଧ୍ୟ ତାହା ଉପରେ ସୁନିଶ୍ଚିତ କରୁଛୁ । 5G ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି।
ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ଦିବସରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆଶା କରାଯାଉଥିବା ସମୟଠାରୁ 5G ଭାରତରେ ଶୀଘ୍ର ଲଞ୍ଚ ହେବ ଏବଂ ଏହାର ଗତି 4G ନେଟୱାର୍କ ଅପେକ୍ଷା 10 ଗୁଣ ଅଧିକ ରହିବ।