ଦୁର୍ଘଟଣା ହୋଇଥିବା ରକ୍ତ ଜୁଡୁବୁଡୁ ଯୁବତୀଙ୍କୁ 5T ସଚିବ ଭି.କେ. ପାଣ୍ଡିଆନ୍ ନିଜ ଗାଡ଼ିରେ ନେଲେ ହସପିଟାଲ..

5t secretary vk pandian came to the help of a girl who was injured in a road accident

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମାଳତୀପାଟପୁର ଛକରେ ଗୋଟିଏ ଗାଈ ଦେହରେ ସ୍କୁଟି ଧକ୍କା ଦେବା ଫଳରେ ୨୩ ବର୍ଷୀୟା ଯୁବତୀ ଅନ୍ନପୁର୍ଣ୍ଣା ସାହୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ସହ ରାଜ୍ୟର 5T ସଚିବ ଭି.କେ. ପାଣ୍ଡିଆନ୍ ପୁରୀ ଆସୁଥିବା ବେଳେ ତାଙ୍କୁ ତାଙ୍କ ଗାଡ଼ିରେ ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ।

ସେଠାରେ ତାଙ୍କୁ ଭର୍ତ୍ତି କରାଇ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜେଲ୍ ରୋଡରେ ଥିବା ଏକ ଗାଡ଼ି ଶୋ’ ରୁମରେ ଯୁବତୀ ଅନ୍ନପୁର୍ଣ୍ଣା ସାହୁ କାର୍ଯ୍ୟ କରନ୍ତି । ଅଫିସ୍ ଛୁଟି ଥିବା ଯୋଗୁଁ ସେ ମାଳତୀପାଟପୁର ଆଡ଼କୁ ନିଜ ସ୍କୁଟିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା।

ତାଙ୍କ ଘର ପୁରୀ ସଦର ଥାନା ଅନ୍ତର୍ଗତ ବ୍ରହ୍ମଗିରି ନିକଟ ହଳଦିଆ ଗ୍ରାମରେ । ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଆସି ଅନ୍ନପୂର୍ଣ୍ଣାଙ୍କୁ ଘରକୁ ନେଇଯାଇଥିଲେ । ପରେ ତାଙ୍କ ଘର ଲୋକ ପାଣ୍ଡିଆନ୍ ସାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *