ଆମେରିକାରେ କରୋନା ନେଲା ଭୟଙ୍କର ରୂପ, ସବୁ ଦେଶ ତୁଳନାରେ ଗୋଟେ ଦିନରେ ଅତ୍ୟଧିକ ମୃତ୍ୟୁ ସଂଖ୍ୟା ରେକର୍ଡ ହେଲା

କରୋନାଭାଇରସ ଆମେରିକାରେ ଶବ ବିଛେଇ ଚାଲିଛି । ବର୍ତ୍ତମାନ ଆମେରିକା ଦୁନିଆର ଏକମାତ୍ର ଦେଶ ହେଇଯାଇଛି ଯେଉଁଠି ଗୋଟିଏ  ଦିନରେ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ୨୧୦୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ତରଫରୁ ସୂଚନା ମିଳିଛି । ଗୁରୁବାର ଦିନ ଆମେରିକାରେ ପ୍ରାୟ ୧୭୦୦ ଲୋକ ମୃତ୍ୟୁବରଣ କରିଥିଲେ ।

ସାରା ବିଶ୍ୱରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ଦିନ ଏକ ଲକ୍ଷ ଅତିକ୍ରମ କରିଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୭ ଲକ୍ଷରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଦୁଇ ହଜାରରେ ପହଞ୍ଚିଛି । ନ୍ୟୁୟର୍କ ଆମେରିକା ଯେମିତି ସଂକ୍ରମଣର କେନ୍ଦ୍ର ପାଲଟିଯାଇଛି । ଏହି ସହରରେ କେବଳ ୧.୬ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଠାରେ ୫୮୨୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ଯେତେବେଳେକି ସମଗ୍ର ଆମେରିକାରେ ୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ଅଛନ୍ତି ।

ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ କରୋନାଭାଇରସ ଯୋଗୁ ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ କମ ହେଇଥିବ । କିନ୍ତୁ ପୂର୍ବରୁ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଆମେରିକାରେ କରୋନାଭାଇରସ କାରଣରୁ ଦୁଇ ଲକ୍ଷରୁ ଅଧିକ ମୃତ୍ୟୁ ହୋଇପାରେ ।

କୋଭିଡ଼-୧୯ ଜନିତ ମୃତ୍ୟୁରେ ଇଟାଲୀ ଏପର୍ଯ୍ୟନ୍ତ ଶୀର୍ଷରେ ରହିଛି । କରୋନାଭାଇରସ ଇଟାଲୀରେ ହଇଚଇ ସୃଷ୍ଟି କରିଛି । ଜନ୍ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶରେ ୧୮୮୪୯ ଲୋକ ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛି ସ୍ପେନ । ସେଠାରେ ୧୬୦୮୧ ଜଣଙ୍କର ମୃତ୍ୟୁ ହୋଇଛି । ୧୩୧୯୭ ମୃତ୍ୟୁ ସଂଖ୍ୟା ସହିତ ଫ୍ରାନ୍ସ ରହିଛି ତୃତୀୟ ସ୍ଥାନରେ । ୮୯୫୮ ମୃତ୍ୟୁ ସଂଖ୍ୟା ସହିତ ବ୍ରିଟେନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକା ପଞ୍ଚମ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *