ଜମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରେ ଗୋଟେ ଡାକ୍ତରୀ ଦଳ ସ୍କ୍ରିନିଙ୍ଗ ପାଇଁ ଜଣେ ବ୍ୟକ୍ତିକୁ ନେବାକୁ ପହଞ୍ଚିଲେ । ହେଲେ ବ୍ୟକ୍ତି ଜଣକର ପରିବାର ଲୋକେ ସେହି ଡାକ୍ତରୀ ଦଳଙ୍କୁ ଘରେ ବାନ୍ଧି ପକାଇଲେ । ଏହାପରେ ସେ ବନ୍ଧକ ଥିବା ଡାକ୍ତରୀ ଦଳଙ୍କୁ ବଞ୍ଚାଇବାକୁ ପୋଲିସ ଦଳ ପହଞ୍ଚିଲା । କିନ୍ତୁ ପୋଲିସ ଦଳ ଉପରେ ବି ପଥର ଫିଙ୍ଗା ହେଲା ।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ସେହି ଘଟଣାରେ ୩ ଜଣ ପୋଲିସ କର୍ମୀ ଆହତ ହୋଇଯାଇଛନ୍ତି । ତଥାପି ଫସି ରହିଥିବା ଡାକ୍ତରୀ ଦଳଙ୍କୁ ସୁରକ୍ଷିତ ସେଠାରୁ ଉଦ୍ଧାର କରାଗଲା । ପୋଲିସ ସେ ପରିବାର ବିରୋଧରେ ଗୋଟେ ଏଫ.ଆଇ.ଆର. ରୁଜୁ କରିଛି ।

ଉପ-ଜିଲ୍ଲା ଡାକ୍ତରଖାନା (SDH) ଚାଡୋରାରୁ ଡାକ୍ତରୀ ଦଳକୁ ଉଦ୍ଧାର କରିବା ପାଇଁ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଇ.ପି.ସି.ର ଧାରା ୧୮୮, ୨୬୯, ୩୫୩ ଅନୁଯାୟୀ ପୋଲିସ ଷ୍ଟେସନ ଚାଡୋରା ଠାରେ ସେ ପରିବାର ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି କରାଯାଇଛି ।