କରୋନାଭାଇରସର ସମ୍ପୂର୍ଣ୍ଣ ନୂଆ ରୂପ ଦେଖାଦେଲା ଚୀନରୁ, ବର୍ତ୍ତମାନ ପୁରା ଦୁନିଆ ପାଇଁ ସଂକଟର ଘଡ଼ି

ନୂଆଦିଲ୍ଲୀ : କରୋନାଭାଇରସ ବିଷୟରେ ବିଶ୍ଵବ୍ୟାପୀ ରିପୋର୍ଟ କୁହେ ଚୀନ ଖେଳିଛି ବଡ଼ ଖେଳ । କୋରୋନାଭାଇରସକୁ ନେଇ ଚୀନ ଦେଉଥିବା ତଥ୍ୟ ସ୍ପଷ୍ଟ ନୁହେଁ । ସେ ଯାହା କହୁଛି କିମ୍ବା ଯତଉଛି ତାହା ବି ଅସ୍ପଷ୍ଟ । ଏହାର ମାନେ ନୁହେଁ ଯେ ସେ ଏହାର ଦଣ୍ଡ ଭୋଗୁନି । ହେଲେ ନୂଆ ଖବର ହେଉଛି ଚୀନରେ ଆରମ୍ଭ ହେଇଛି କରୋନାର ଦ୍ଵିତୀୟ ଭାଗ (ପାର୍ଟ ଟୁ) । କରୋନା ପାର୍ଟ ଟୁ ଚୀନରେ ଆତଙ୍କ ସୃଷ୍ଟି କରିଛି ଏବେ । ଚୀନରେ ଲକଡାଉନ ଶେଷ ହେବାର ଉତ୍ସବ ପାଳନ ଚାଲିଥିଲା ଓ ଏହି ସମୟରେ ଖବର ଆସିଲା ହୁବାଇ ପ୍ରଦେଶରେ କରୋନା ଫେରିଛି ।

ଚୀନ କରୋନାଭାଇରସ ବିଶ୍ଵରେ ବିସ୍ତାର କରିଛି କି ନାହିଁ ତାହା ଏକ ପ୍ରଶ୍ନ, କିନ୍ତୁ ଏକଥା ବି ସତ ଯେ କରୋନାଭାଇରସ ଚୀନ ପଛରେ ପଡ଼ି ସାରିଛି । ଚୀନରେ ପୁଣିଥରେ କରୋନାର ଭୟ ଶୁଣିବାକୁ ମିଳୁଛି । ଚୀନରୁ ଆସିଥିବା ବଡ଼ ଖବର ହେଉଛି ଯେ ଗୋଟାଏ ଦିନରେ ୧୦୦ ଟା କରୋନା ଜନିତ ନୂଆ ମାମଲା ସାମ୍ନାକୁ ଆସିଛି । ୧୦୦ ରୋଗୀଙ୍କ ମଧ୍ୟରୁ ୬୩ ଜଣ ନିଶ୍ଚିତ ହୋଇଛନ୍ତି ଯେଉଁମାନେ ସଂକ୍ରମିତ ମାତ୍ର ସେମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖା ଯାଇନଥିଲା । ଏହା ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟି ଯାଇଛି । ଏଣୁ ୟାକୁ ଏହି କରୋନାଭାଇରସର ନୂଆ ରୂପ କହିହେବ ଯାହା ଚୀନରେ ସୃଷ୍ଟି ହେଲା ।

ଏଥର ଏ କରୋନାଭାଇରସର ନୂଆ ରୂପ ଲକ୍ଷଣ ଲୁଚାଉଛି । ଜଣେ ବ୍ୟକ୍ତିକୁ ନା ଶର୍ଦ୍ଦି ଅଛି ନା କାଶ ହେଉଛି ନା ଜ୍ଵର ତଥାପି ବ୍ୟକ୍ତି କରୋନା ସଂକ୍ରମିତ ହେଇଯାଉଛି । କେବଳ ଚୀନ ନୁହେଁ, ଦକ୍ଷିଣ କୋରିଆରେ ଦେଖିବାକୁ ମିଳୁଛି ସମାନ ଅବସ୍ଥା । ଦକ୍ଷିଣ କୋରିଆ ଯିଏ କରୋନାକୁ ସମ୍ପୂର୍ଣ୍ଣ ରୂପେ କାବୁ କରିନେଇଥିଲା ଓ ସେଠାରେ ମଧ୍ୟ କରୋନା ସଂକ୍ରମଣର ଶିକାର ହେଉଥିବା ମାମଲା ନଜରକୁ ଆସୁଛି ସେ ପୁଣି ଯାହାର ରିପୋର୍ଟ ଦୁଇ ଥର ଲେଖାଏଁ ନେଗେଟିଭ ଆସି ସାରିଛି । ଜାପାନରେ ମଧ୍ୟ ସମାନ ପରିସ୍ଥିତି ଓ କରୋନାଭାଇରସ ବିଷୟରେ ଏ ସୂଚନା ପ୍ରକୃତରେ ଭୟଙ୍କର ।

ଏଣୁ ବାରମ୍ବାର ନିବେଦନ କରାଯାଉଛି ଯେ କରୋନାଭାଇରସ ପ୍ରସଙ୍ଗକୁ ଗମ୍ଭୀରତା ବୁଝନ୍ତୁ ଏହି ଭାଇରସକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଯଦି ଭାରତୀୟମାନେ ସଠିକ୍ ଭାବରେ ଲକଡାଉନ୍ ନିୟମ ପାଳନ କରିବା ତେବେ ଆମେ କରୋନାଭାଇରସ ଶୃଙ୍ଖଳା ଭାଙ୍ଗିବାରେ ସକ୍ଷମ ହେବା ।

Leave a Reply

Your email address will not be published. Required fields are marked *