ହସ୍ପିଟାଲରେ ୯ ଜଣ ଶିଶୁ ଆଖି ବୁଜିଲେ : ଗତ ବର୍ଷ ସେହି ହସ୍ପିଟାଲରେ ହୋଇଥିବା ୧୦୦ ଶିଶୁଙ୍କ ମୃତ୍ୟୁ ଖେଳେଇଥିଲା ଆତଙ୍କ !

ରାଜସ୍ଥାନର କୋଟା ସ୍ଥିତ ଏକ ହସ୍ପିଟାଲରେ ଗତ ୨୪ ଘଣ୍ଟା ଭିତରେ ୯ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଏହା କୋଟାର ସେହି ହସ୍ପିଟାଲ ଯେଉଁଠାରେ ଗତ ବର୍ଷ ୧୦୦ ଶିଶୁ ମୃତ୍ୟୁ ଚାରିଆଡ଼େ ଆତଙ୍କ ଖେଳେଇ ଦେଇଥିଲା ।

ସୂଚନା ଅନୁସାରେ ଜେ. କେ. ଲୋନ ହସ୍ପିଟାଲ ମାତ୍ର ୨୪ ଘଣ୍ଟା ଭିତରେ ଏକ ମଶାଣି ପାଲଟି ଯାଇଥିଲା । କାରଣ ୯ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । କୋଟାର ବଡ଼ ବଡ଼ ହସ୍ପିଟାଲମାନଙ୍କ ଭିତରୁ ଏହି ହସ୍ପିଟାଲ ଅନ୍ୟତମ । ଏଠୁ ଯେତେବେଳେ ଶିଶୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଲା ସେତେବେଳେ ସରକାରୀ କଳର ଅବହେଳାର ବି ମୁଖା ଫିଟିଲା । ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯେ ଏଥିପାଇଁ ଦାୟୀ ଏହା ସ୍ପଷ୍ଟ ହେଲା ।

ବୁଧବାର ବିଳମ୍ବିତ ରାତିରେ ୫ ଟି ଶିଶୁଙ୍କର ମୃତ୍ୟୁ ହୋଇଥିଲାବେଳେ ଗୁରୁବାର ଦିନ ଆଉ ୪ ଜଣ ଶିଶୁ ଆଖି ବୁଜିଲେ । ପୀଡ଼ିତ ପରିବାରମାନେ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ଅବହେଳା ଚରମ ସୀମାରେ ପହଞ୍ଚିଲାଣି । ନା କେହି ଏଠି ଶୁଣୁଛନ୍ତି ନା କେହି ଅଛନ୍ତି ଜାଣିଲା ବାଲା ।

ତେବେ ଶିଶୁ ମୃତ୍ୟୁ ଖବର ପାଇଁ ସରକାରୀ ସ୍ଥରରେ ସମସ୍ତେ ସକ୍ରିୟ ହେଇଉଠିଲେ । ବିଜେପିର ପୂର୍ବ ସଂସଦୀୟ ସଚିବ ଭବାନୀ ସିଂହ ରାଜପତ ସରକାର ଉପରେ ଅବହେଳାର ଅଭିଯୋଗ ଆଣି କହିଲେ ୮ ଘଣ୍ଟା ଭିତରେ ୯ ନବଜାତ ଶିଶୁଙ୍କ ମୃତ୍ୟୁ ଦର୍ଶାଉଛି ଯେ ପିତାମାତା ଶିଶୁଙ୍କୁ ହସ୍ପିଟାଲ ନୁହେଁ ମୃତ୍ୟୁ ମୁହଁକୁ ନେଇ ଆସୁଛନ୍ତି ।

ଅନ୍ୟପକ୍ଷରେ ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଦାବି କରିଛନ୍ତି ଯେ ତଦନ୍ତର ଆଦେଶ ଦିଆସରିଛି । ଚିକିତ୍ସକଙ୍କ ଅବହେଳାରୁ ଯେମିତି ଗୋଟିଏ ବି ଶିଶୁର ଜୀବନ ନଯାଏ ଏଥିପ୍ରତି ସଚେତନା ରହିବାକୁ ଉପରୁ ନିର୍ଦ୍ଦେଶ ଜରି ହେଇଛି । ତେବେ ସୂଚନା ଥାଉ ଯେ ଗତବର୍ଷ ଯେତେବେଳେ ୧୦୦ ଶିଶୁଙ୍କ ମୃତ୍ୟୁ ହୋଇଥିଲା ସେବେ ବି ସରକାର ସମାନ କଥା କହିଥିଲେ ।

ପିଲାମାନଙ୍କର ମୃତ୍ୟୁ ପୁଣି ଥରେ ଗେହଲଟ ସରକାରଙ୍କ ଦାବିକୁ ପ୍ରକାଶ କରିଛି। କୋଟାର ଏହି ଡାକ୍ତରଖାନା ଏଠାରେ ଥିବା ସବୁଠୁ ବଡ ଡାକ୍ତରଖାନା ମଧ୍ୟରୁ ଗୋଟିଏ | କୋଟା ଠାରୁ ଏହି ରିପୋର୍ଟ ଦେଖନ୍ତୁ |

Leave a Reply

Your email address will not be published. Required fields are marked *