ହିନ୍ଦୁ ଧର୍ମକୁ ନେଇ ଭାଜପା ସଭାପତି ଦିଲ୍ଲୀପ ଘୋଷ୍‌ଙ୍କ ବିବାଦୀୟ ବୟାନ: ହିନ୍ଦୁ ଧର୍ମ ରକ୍ଷା ପାଇଁ …

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସଭାପତି ଦିଲ୍ଲୀପ ଘୋଷ୍‌ଙ୍କ ବିବାଦୀୟ ବୟାନ ଯୋଗୁ ସେ ଏବେ ଚର୍ଚ୍ଚାରେ । ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ହିନ୍ଦୁ ଧର୍ମର ଅସ୍ତିତ୍ୱ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର ଉଠାଇବା ଭୁଲ୍ ନୁହେଁ । ଦରକାର ପଡ଼ିଲେ ମହିଳାମାନଙ୍କ ସମ୍ମାନ ରକ୍ଷା ପାଇଁ ହାତ ମଧ୍ୟ ଉଠିବ ।

ଖବର ମୁତାବକ ଗତ ବୁଧବାର ଦିନ ପଶ୍ଚିମ ମେଦିନପୁର ଅଞ୍ଚଳରେ ହିନ୍ଦୁ ଜାଗରଣ ମଞ୍ଚ ଦ୍ୱାରା କରାଯାଇଥିବା ଏକ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ୍ ମୁଖ୍ୟ ଅତିଥି ଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ବିଜେପି ସାଂସଦ କହିଥିଲେ ଯେ ଏବେ ହିନ୍ଦୁ ଯୁବକଙ୍କୁ ସେମାନଙ୍କ ଅସ୍ତିତ୍ୱ ରକ୍ଷା କରିବା ପାଇଁ ଅସ୍ତ୍ର ଉଠାଇବାକୁ ପଡ଼ିବ । ହିନ୍ଦୁ ସମାଜ କେବେ ଭୟଭୀତ ହୋଇ ନାହିଁ ବରଂ ଖଣ୍ଡା, ତ୍ରୀଶୁଳ, ବନ୍ଧୁକ ସହିତ ଆମେ ସମସ୍ୟାର ସମ୍ମୁଖୀନ ହୋଇଛୁ ।

ଏହାସହିତ ସେ ଆହୁରି ବି କହିଥିଲେ ଯେ ଆମ ହିନ୍ଦୁ ଧର୍ମରେ କୌଣସି ଦେବତା କେବେ ଖାଲି ହାତରେ ନଜର ଆସିନାହାନ୍ତି । ଦିନେ ଏ ରାଜ୍ୟ ଧର୍ମନିରପେକ୍ଷ ରାଜ୍ୟ ମଧ୍ୟ ହେବ । ହିନ୍ଦୁ ଯୁବକଙ୍କୁ ନିଜ ମାଆ-ଭଉଣୀଙ୍କ ସୁରକ୍ଷା ପାଇଁ ଏକାଠି ହେବା ନେଇ ବାର୍ତ୍ତା ଦେଇଥିଲେ ।

ସୂଚନାଥାଉ ଯେ ପୂର୍ବରୁ ମଧ୍ୟ ଏକ ଖୋଲା ମଞ୍ଚରେ ସେ କହିଥିଲେ ଯେ ଦରକାର ପଡ଼ିଲେ ତୃଣମୁଳ କଂଗ୍ରେସ କର୍ମଚାରୀଙ୍କ ହାତ, ପାଦ ଏବଂ ମୁଣ୍ଡ କାଟି ଦିଆଯିବ । ଦିଦିଙ୍କ ଭାଇଲୋକ ମାନେ ସୁଧୁରି ଯାଆନ୍ତୁ, ନଚେତ୍ ଆସନ୍ତା ଛଅ ମାସ ମଧ୍ୟରେ ସେମାନଙ୍କର ହାତ-ଗୋଡ଼, ମୁଣ୍ଡ ଭାଙ୍ଗି ଦିଆଯିବ ।

Leave a Reply

Your email address will not be published. Required fields are marked *