ଆମେରିକାରେ କରୋନା ଟିକା ନେବାକୁ ଆସିଥିବା ଜଣେ ଯୁବକ ପୁରୁଷ ନର୍ସଙ୍କୁ ଏକ ନିଆରା ଉପହାର ଦେଲେ । ୩୧ ବର୍ଷୀୟ ମେଡିକାଲ୍ ଆସିଷ୍ଟାଣ୍ଟ ରବି ଭାର୍ଗସ୍ କର୍ଟେସ୍ ଏବଂ ବୃତ୍ତି ଅନୁଯାୟୀ ଜଣେ ନର୍ସ ଏରିକ୍ ଭର୍ଡଲେଲି ୫ ବର୍ଷ ହେଲାଣି ପ୍ରେମ ସମ୍ପର୍କରେ ଥିଲେ । ଟିକା ଲଗାଇବା ଠିକ୍ ପୂର୍ବରୁ କର୍ଟେସ୍ ଟିକାକରଣ କେନ୍ଦ୍ରରେ ବିବାହ ପାଇଁ ଭର୍ଡର୍ଲିଙ୍କୁ ପ୍ରସ୍ତାବ ଦେଇଥିଲେ । ସୋସିଆଲ ମିଡ଼ିଆରେ ଏହି ସମଲିଙ୍ଗୀ ଦମ୍ପତିଙ୍କ ବିବାହ ପ୍ରସ୍ତାବ ଦେବା ଓ ଗ୍ରହଣ କରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ଆମେରିକାର ଦକ୍ଷିଣ ଡାକୋଟାସ୍ଥିତ ଏକ ଡାକ୍ତରଖାନାରେ ଟିକା ଲଗାଇବା ପାଇଁ କର୍ଟେସଙ୍କୁ ନିଯୁକ୍ତି ମିଳିଥିଲା । ସେ ଜାଣିଥିଲେ ଯେ ତାଙ୍କ ପ୍ରେମିକ ମଧ୍ୟ ସେଠାରେ ଟିକା ଦେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି କାରଣରୁ ସେ ଟିକାକରଣ ଦିନ ପ୍ରେମିକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନା ଅନୁଯାୟୀ ପୁରୁଷ ନର୍ସ ଏରିକ୍ ଭର୍ଡର୍ଲି ଜାଣି ନଥିଲେ ଯେ ତାଙ୍କ ପ୍ରେମିକା ତାଙ୍କୁ ଟିକାକରଣ କେନ୍ଦ୍ରରେ ବିବାହ ପ୍ରସ୍ତାବ ଦେବେ । ତେଣୁ ପ୍ରସ୍ତାବ ମିଳିବା ମାତ୍ରେ ସେ ତୁରନ୍ତ ବିବାହକୁ ହଁ କହିଛନ୍ତି । ତେବେ ସାନଫୋର୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଫେସବୁକରେ ଏହି ଦମ୍ପତିଙ୍କ ବିବାହ ପ୍ରସ୍ତାବର ଏକ ଭିଡ଼ିଓ ପୋଷ୍ଟ କରିଛି ଯାହା ଏବେ ଭାଇରାଲ ହେଉଛି । କର୍ଟେସଙ୍କ କହିବାନୁଯାୟୀ ବିବାହ ପ୍ରସ୍ତାବ ଦେବା ପାଇଁ ତାଙ୍କ ପାଖରେ ୩ ବର୍ଷ ଧରି ମୁଦି ଧରି ବୁଲୁଥିଲେ । କିନ୍ତୁ ଏକ ବିଶେଷ ଉତ୍ସବ ଖୋଜୁଥିଲେ । ମହାମାରୀ ଶେଷ ହେବା ପରେ ହିଁ ସେମାନେ ବିବାହ କରିବେ ବୋଲି ଦମ୍ପତି କହିଛନ୍ତି ।