ଆଇନ ପ୍ରଣୟନ କରି ସରକାର ଯେତେ ଦାବି କରୁ ଶିଶୁ ଶ୍ରମିକ ଉପରେ ଲଗାମ ଲାଗି ପାରୁ ନାହିଁ । ଦେଶର ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଚଢଉ କରି ଏକ ଘରୋଇ ସଂସ୍ଥା (NGO) ଉଦ୍ଧାର କରିଛି ୬୧ ଜଣ ଶିଶୁ ଶ୍ରମିକଙ୍କୁ । ପ୍ରଶାସନ ସହଯୋଗରେ NGO ଚଢାଇ କରି ଦୁଇଟି କାରଖାନାରେ କାର୍ଯ୍ୟ କରୁଥିବା ୬୧ ଜଣ ନିରୀହ ଶିଶୁ ଶ୍ରମିକଙ୍କୁ ମୁକ୍ତ କରେଇଛି ।
ସୂଚନା ଅନୁଯାୟୀ ନରେଲାର ଶିଳ୍ପାଞ୍ଚଳରେ ଅବସ୍ଥିତ ଜୋତା ତିଆରି କାରଖାନା ଏବଂ ଏକ ଗିଜର କାରଖାନାରେ ଶିଶୁମାନଙ୍କୁ କାର୍ଯ୍ୟ କରା ଯାଉଥିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗକୁ ଆଧାର କରି ଏକ NGO ସଂସ୍ଥା ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଶାସନଠାରୁ ସହଯୋଗ ଲୋଡିଥିଲା । ତେବେ ଚଢଉ ସମୟରେ ପିଲାମାନେ କାରଖାନାଗୁଡ଼ିକରେ କାମ କରୁଥିବା ଦେଖାଯାଇଥିଲା ।

ଖବର ମୁତାବକ ଉଦ୍ଧାର ହୋଇଥିବା ୬୧ ଜଣ ଶିଶୁଙ୍କ ମଧ୍ୟରେ ୧୩ ଜଣ ବାଳିକା ଥିବା ଜଣାପଡ଼ିଛି । ଏହି ପିଲାମାନଙ୍କର ବୟସ ୧୨ ରୁ ୧୭ ବର୍ଷ ମଧ୍ୟରେ କୁହାଯାଉଛି । ଅଭିଯୋଗ ହୋଇଛି ଯେ ଗତ ଦୁଇ ବର୍ଷ ଧରି ଏହି କାରଖାନାଗୁଡ଼ିକରେ ବନ୍ଧିତ ଶ୍ରମିକ ଭାବରେ ବ୍ୟବହୃତ ହେଉଥିଲେ । NGO ଉଭୟ କାରଖାନାକୁ ସିଲ୍ କରି ସେମାନଙ୍କ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଉଲ୍ଲେଖନୀୟ କଥା ହେଉଛି ଯେ ପିଲାମାନଙ୍କୁ ପ୍ରତିଦିନ ୧୦୦ ରୁ ୧୫୦ ଟଙ୍କା ମଜୁରୀ ଦିଆଯାଉଥିଲା । ଶସ୍ତା ଶ୍ରମ ପାଇଁ କାରଖାନାଗୁଡ଼ିକରେ କାମ କରିବାକୁ ପିଲାମାନଙ୍କୁ ଜୁଟା ଯାଇଥିଲା । ଏହି ସମସ୍ତ ପିଲାମାନେ ବିହାରର ବାସିନ୍ଦା ବୋଲି କୁହାଯାଉଛି ।