ଏହି କାରଣରୁ ମୋଦି କହିଲେ : ବିଶ୍ୱ କରୋନା ସହ ଲଢୁଥିବାବେଳେ, ଏମାନେ ଘାତକ ଭାଇରସ ସଂକ୍ରମଣ କରୁଛନ୍ତି

ପ୍ରାୟ ୧୨୦ଟି ବିକାଶଶୀଳ ଦେଶର ମଞ୍ଚ ହେଉଛି NAM । ମଇ ୪ ତାରିଖ ସୋମବାର ଦିନ ଏକ ଅନଲାଇନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NAMକୁ ସମ୍ବୋଧିତ କରି କହିଛନ୍ତି ଯେ କରୋନାଭାଇରସ ସଙ୍କଟ ବର୍ତ୍ତମାନ ସାରା ବିଶ୍ୱକୁ ଆନ୍ତର୍ଜାତୀୟ ବ୍ୟବସ୍ଥାର ସୀମା ସହିତ ପରିଚିତ କରାଇଛି । ପାରଦର୍ଶିତା, ସମାନତା ଏବଂ ମାନବିକତାକୁ ଆଧାର କରି ଜଗତୀକରଣର ଏକ ନୂତନ ବ୍ୟବସ୍ଥାର ଆବଶ୍ୟକତା ଅଛି ବୋଲି ଆଲୋକପାତ କରିଛି ।

ଗତ କିଛି ଦଶନ୍ଧି ଧରି ମାନବିକତା ସବୁଠୁ ବଡ଼ ସଙ୍କଟ ଦେଇ ଗତି କରୁଛି । ଅଣ-ଆଲାଇନ୍ଡ ମୁଭମେଣ୍ଟ (NAM) ର ସଦସ୍ୟ ଦେଶମାନେ ବିଶ୍ୱର ଏକତାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିପାରିବେ । କାରଣ ସେମାନେ ଦୁନିଆର ସବୁଠାରୁ ବଡ଼ ନୈତିକ ସ୍ୱର । ପ୍ରଧାନମନ୍ତ୍ରୀ ମୋଦି ଏକଥା ବି କହିଛନ୍ତି ଯେ ଏହି ଭୂମିକା ଗ୍ରହଣ କରିବା ପାଇଁ ଅଣ-ସମନ୍ୱିତ ଦେଶଗୁଡିକୁ ଅନ୍ତର୍ଭୂକ୍ତ ହେବାକୁ ପଡ଼ିବ ।

କୌଣସି ଦେଶର ନାମ ନରଖି ମୋଦି କହିଛନ୍ତି ଯେ ବିଶ୍ୱ ଆଜି କୋଭିଡ଼-୧୯ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କିଛି ଲୋକ ଅନ୍ୟ ପ୍ରକାରର ମାରାତ୍ମକ ଭାଇରସ ବିସ୍ତାର କରିବାରେ ବ୍ୟସ୍ତ, ଯେମିତିକି ଆତଙ୍କବାଦ (ମିଛ ଖବର ଏବଂ ସମ୍ପ୍ରଦାୟ ଏବଂ ଦେଶକୁ ବିଭାଜନ କରିବା ପାଇଁ ମନିପ୍ୟୁଲେଟେଡ ଭିଡ଼ିଓ) ।  

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀର ମୁକାବିଲାବେଳେ ଗଣତନ୍ତ୍ର, ଶୃଙ୍ଖଳା ଏବଂ ନିର୍ଣ୍ଣାୟକ କ୍ଷମତା କିପରି ଏକ ପ୍ରକୃତ ଜନ-ଆନ୍ଦୋଳନର ରୂପ ନେଇଥାଏ ତାହା ଭାରତ ଦର୍ଶାଇଛି । ମାନବିକତା ଏକ ବଡ଼ ସଙ୍କଟ ଦେଇ ଗତି କରୁଥିବାବେଳେ ଅଣ-ସମନ୍ୱିତ ଦେଶମାନେ ଏହାର ମୁକାବିଲା କରିବାରେ ସହଯୋଗ କରିପାରିବେ ବୋଲି ବି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *