ଦୀର୍ଘ ୬୩ ବର୍ଷ ପ୍ରତୀକ୍ଷା କଲା ପରେ ବର ହେଲେ ଏହି ବ୍ୟକ୍ତି : ଶାଶୁଘରେ ପହଞ୍ଚୁ ପହଞ୍ଚୁ କନ୍ୟାଙ୍କର ହେଲା ମୃତ୍ୟୁ

ବିବାହ କାହା ସହିତ ଏବଂ କେମିତି ହେବ ତାହା ଭଗବାନଙ୍କ ଦ୍ଵାରା ପୂର୍ବ ନିର୍ଦ୍ଧାରିତ ଏକଥା ସମସ୍ତେ ଶୁଣିଥିବେ । ଏସବୁ ଭାଗ୍ୟର ଖେଳ । ତେବେ ଗୁଜୁରାଟର ଭଦୋଦରାରୁ ସାମ୍ନାକୁ ଆସିଛି ଏଭଳି ଏକ ମାମଲା ଯେଉଁଠି ଦୀର୍ଘ ପ୍ରାୟ ୪ ଦଶନ୍ଧି ଧରି ଜଣେ ଯୁବକ ଅପେକ୍ଷା କରିଥିଲେ କେବଳ ନିଜ ସମ୍ପ୍ରଦାୟର ଜଣେ ଝିଅକୁ ବିବାହ କରିବା ପାଇଁ । ବର୍ତ୍ତମାନ ୬୩ ବର୍ଷ ବୟସରେ ସେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ବିବାହ କଲେ ଏବଂ ବହୁତ ଖୁସି ଥିଲେ ।

କିନ୍ତୁ ଯୁବକଙ୍କର ଦୁର୍ଭାଗ୍ୟ ଯେ ତାଙ୍କ ଖୁସି ୨୪ ଘଣ୍ଟା ବି ରହିଲାନି । କନ୍ୟା ଯେତେବେଳେ ଶାଶୁ ଘରେ ପାଦ ଦେଲେ ଅଚାନକ ତାଙ୍କର ମୃତ୍ୟୁ ହେଇଗଲା । ୬୩ ବର୍ଷୀୟ କଲ୍ୟାଣଭାଇ ରବାରୀ ଏବଂ ୪୦ ବର୍ଷିୟ ଲିଲାବେନ୍ ସୋମବାର ଦିନ ଖୁବ ଧୂମଧାମରେ ବିବାହ କରିଥିଲେ । ଏହି ବିବାହରେ ଦୁହେଁ ବହୁତ ଖୁସି ଥିଲେ, ବେଶୀ ଖୁସି କିନ୍ତୁ ବର ଥିଲେ ଯେହେତୁ ଦୀର୍ଘ ପ୍ରତୀକ୍ଷା ପରେ ସେ ଜୀବନସାଥୀ ପାଇଥିଲେ । କିନ୍ତୁ ମଙ୍ଗଳବାର ଦିନ, ଯେତେବେଳେ କନ୍ୟା ଲିଲାବେନ୍ ଶାଶୁଘରେ ପହଞ୍ଚିଥିଲେ ​​ଏବଂ ରୀତିନୀତି ପାଳନ କରୁଥିଲେ ହଠାତ୍ ମୁଣ୍ଡ ବୁଲେଇ ତଳେ ପଡ଼ିଗଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଗଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଥାଉ ଯେ ୪୦ ବର୍ଷ ବୟସରେ ଯେତେବେଳେ ଲିଲାବେନ୍ ବାପଘରୁ ବିଦା ହେଲେ ପରିବାର ଲୋକେ ବହୁତ ଖୁସି ଥିଲେ । କିଏ ଜାଣିଥିଲା ଯେ ସେ ଶେଷ ବିଦାୟ ନେଉଛନ୍ତି ବୋଲି ! ତେବେ କଲ୍ୟାଣଭାଇ ରବାରୀ କ୍ଷୀର ବିକି ଘର ଚଳାନ୍ତି । ତାଙ୍କର ଏକ ସାନ ଭାଇ ଅଛନ୍ତି ଯିଏ ମାନସିକ ସ୍ତରରେ ଅସୁସ୍ଥ । ତାଙ୍କର ଜଣେ ବିଧବା ଭଉଣୀ ମଧ୍ୟ ଅଛି । ଗତ ୩୦-୩୫ ବର୍ଷ ଧରି କଲ୍ୟାଣ ରାବାରୀ ବିବାହ ପାଇଁ ନିଜ ସମାଜର ଗୋଟିଏ ଝିଅ ଖୋଜୁଥିଲେ, କାରଣ ସେ ସ୍ଥିର କରିଥିଲେ ଯେ ଯଦି ବିବାହ କରିବେ, ତେବେ ସେ ତାଙ୍କ ସମାଜର ଝିଅକୁ ନଚେତ୍ ଆଜୀବନ ଅବିବାହିତ ରହିବେ ।

Leave a Reply

Your email address will not be published. Required fields are marked *