ସମସ୍ତେ ରାତାରାତି ଧନୀ ହେବାର ସ୍ୱପ୍ନ ଦେଖନ୍ତି । କେମିତି ଲାଗିବ ଯଦି ଆପଣ ଉଠିବେ ଆଉ ହଠାତ୍ ଶୁଣିବେ ଯେ ଆପଣ କୋଟିପତି ହୋଇଯାଇଛନ୍ତି ! ଆଜ୍ଞା ଏ ଯଦି ବାସ୍ତବରେ ପରିଣତ ହେଇଛି । ପଞ୍ଜାବର ଅମୃତସରରେ ରହୁଥିବା ଜଣେ ଗୃହିଣୀଙ୍କ ସହିତ ଘଟିଛି ସମାନ ଘଟଣା ।
ପଞ୍ଜାବର ଅମୃତସର ସହରରେ ରହୁଥିବା ରେଣୁ ଚୌହାନ ଜଣେ ଗୃହିଣୀ ଯିଏ କିଛି ଦିନ ପୂର୍ବରୁ ୧୦୦ ଟଙ୍କାରେ ଲଟେରୀ ଟିକେଟ କିଣିଥିଲେ । ଲଟେରୀ ଫଳାଫଳ ଆସିଲା ପରେ ଜଣାପଡ଼ିଲା ଯେ ଲଟେରୀର ପ୍ରଥମ ପୁରସ୍କାର ସେ ଜିତିଛନ୍ତି । ଏହି ପୁରସ୍କାରର ମୂଲ୍ୟ ଥିଲା ପୁରା କୋଟିଏ ଟଙ୍କା । ଗୃହିଣୀ ରେଣୁ ହଠାତ୍ କୋଟିପତି ହୋଇ ଯାଇଥିବାରୁ ବହୁତ ଖୁସି ଅଛନ୍ତି ଏବଂ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ମାନୁଛନ୍ତି ।
ପଞ୍ଜାବର ସରକାରୀ ହ୍ୟାଣ୍ଡେଲରେ ଟ୍ଵିଟ କରି ଏନେଇ ସୂଚନା ଦିଆଯାଇଛି । ତେବେ ବିଜେତା ରେଣୁ ଚୌହାନ ଅମୃତସରର ଲରେନ୍ସ ରୋଡ଼ରେ ରୁହନ୍ତି । ତାଙ୍କ ସ୍ୱାମୀ ଏକ ଡ୍ରେସ ଦୋକାନ ଚଲାନ୍ତି ଏବଂ ସେମାନେ ମଧ୍ୟବିତ୍ତ ବର୍ଗର । ରେଣୁଙ୍କ କହିବାନୁଯାୟୀ ଏହି ଜିତିଥିବା ଅର୍ଥ ସହିତ ସେ ତାଙ୍କ ଜୀବନକୁ ସହଜ କରିବାରେ ସକ୍ଷମ ହେବେ । ସେ ଏହି ଲଟେରୀ ଟିକେଟକୁ ମାତ୍ର ୧୦୦ ଟଙ୍କା ଦେଇ କିଣିଥିଲେ ।
ପଞ୍ଜାବ ରାଜ୍ୟ ଲଟେରୀ ବିଭାଗର ମୁଖପାତ୍ରଙ୍କ କହିବାନୁସାରେ, ପ୍ରତି ମାସରେ ବାହାରୁଥିବା Punjab State Dear 100 + Lottery Draw ଏଥର ୧୧ ଫେବୃଆରୀରେ ବାହାରିଥିଲା । ଏଥିରେ ଟିକେଟ ନମ୍ବର D-12228 ରେ ପ୍ରଥମ ପୁରସ୍କାର ରେଣୁ ଚୌହାନଙ୍କୁ ପ୍ରଦାନ କରାଯାଇଥିଲା । ପୁରସ୍କାର ରାଶି ପାଇବା ପାଇଁ ରେଣୁ ତାଙ୍କର ଲଟେରୀ ଟିକେଟ ଏବଂ ସମସ୍ତ ଦଲିଲ ଜମା କରିଛନ୍ତି ବୋଲି ସେ କହିଛନ୍ତି । ଶୀଘ୍ର ପୁରସ୍କାର ରାଶି ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ।