“ରଖେ ହରି ମାରେ କିଏ !” ଏହି ଲୋକକଥା ପ୍ରମାଣ ହୋଇଛି ଭାଇରାଲ ହୋଇଥିବା ଏହି ଭିଡ଼ିଓଟିରେ । ନର ହିଁ ନାରାୟଣ ବୋଲି ବି ଅନେକବାର ଶୁଣିବାକୁ ମିଳେ, କାରଣ ଈଶ୍ଵରଙ୍କ ପରି ବିପଦ ସମୟରେ ଅଚାନକ ପହଞ୍ଚି ନୂଆ ଜୀବନ ଦିଏ ବେଳେବେଳେ କେହି ଜଣେ ମଣିଷ । ତେବେ କିଭଳି ମୃତ୍ୟୁର ଅତି ନିକଟରୁ ଫେରିଆସିଛି ଏକ କଅଁଳ ଶିଶୁର ଜୀବନ ତାହା ସ୍ପଷ୍ଟ ହୋଇଛି ଏହି ଘଟଣାରୁ । ଏକ ଉଚ୍ଚ ଅଟ୍ଟାଳିକାର ଦ୍ଵାଦଶ ମହଲାରୁ ୨ ବର୍ଷର ଏକ ଶିଶୁ ଖସି ପଡ଼ିବା ଏବଂ ଠିକ୍ ସେତିକିବେଳେ ଜଣେ ଡ୍ରାଇଭର ତାକୁ ଫିଲ୍ମି ଷ୍ଟାଇଲରେ କ୍ୟାଚ୍ କରିବା କୌଣସି ଚମତ୍କାରରୁ କମ୍ ନୁହେଁ । ଘଟଣାଟି ଭିଏତନାମାରେ ଘଟିଛି ।
ଅତି ତୀବ୍ର ଗତିରେ ତଥା ପ୍ରବଳ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ସ୍ପଷ୍ଟ ଦେଖିପାରିବେ । ୩୧ ବର୍ଷିୟ ନଗୁଏନ ନଗୋକ୍ ମାନହ ନାମକ ଡ୍ରାଇଭର ହାନୋଇରେ ଏକ ପ୍ୟାକେଜ୍ ଯୋଗାଇବା ପାଇଁ ଯାଇଥିଲେ ଏବଂ ଗାଡ଼ିରେ ବସି ଅପେକ୍ଷା କରିଥିଲେ । ତେବେ କିଛି ସମୟ ପରେ ଶିଶୁର କାନ୍ଦିବା ଶଦ୍ଦ ଶୁଣି କାରରୁ ବାହାରି ଦେଖିଲେ ଯେ ଶିଶୁଟି ବାଲକୋନୀରେ ଗୋଟିଏ ହାତରେ ଝୁଲିଛି । ଶିଶୁଟିର ହାତ ଖସିଯିବା କ୍ଷଣି ଡ୍ରାଇଭର ଜଣକ ଶିଶୁଟିକୁ ଧରି ନେଇଥିଲେ ।
ଡ୍ରାଇଭରଙ୍କ କହିବାନୁସାରେ ଜିନିଷପତ୍ର ଦେବା ପାଇଁ ସେ ଆସିଥିଲେ ଏବଂ ଗାଡ଼ି ଭିତରେ ହିଁ ଅପେକ୍ଷା କରିଥିଲେ । ସେତେବେଳେ ଶିଶୁଟିର କାନ୍ଦ ଶୁଣି ବିଲ୍ଡିଂର ତଳକୁ ଆସିଥିଲେ ଏବଂ ଶିଶୁଟି ଖସିଯିବା ଦେଖି ଦୌଡ଼ି ଯାଇ କ୍ୟାଚ୍ କରିନେଇଥିଲେ । ଶିଶୁଟିକୁ ଉଦ୍ଧାର କରାଯିବାପରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ୧୬୪ ଫୁଟ୍ ତଳକୁ ଶିଶୁ କନ୍ୟାଟି ଖସି ପଡ଼ିଥିଲେ ହେଁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶିଶୁଟିର ଜୀବନ ବଞ୍ଚିଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ନାର୍ଗାସ୍ଙ୍କୁ ଭୂରିଭୂରି ପ୍ରଶଂସା କରାଯାଇଛି ।