ଗୋଟିଏ କପ୍ ଚା’ର ମୂଲ୍ୟ ୧୦୦୦ ଟଙ୍କା : କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ

ସକାଳ ଆରମ୍ଭ ହୁଏ ଚା’ ରୁ ଆଉ ସଞ୍ଜ ନଇଁଲେ ଅଫିସ ହେଉ କି ଘର ଲୋକେ ଖୋଜନ୍ତି ଗରମ ଗରମ ଚା’ ର ଚୁସ୍କି । କିଛି ବ୍ୟକ୍ତିଙ୍କର ତ ଚା’ ପିଇବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ । ଦିନକୁ ୧୦ରୁ ୧୫ କପ୍ ଚା’ ପିଇବାରେ ସେମାନେ ଧୁରନ୍ଦର । କିଛି ଲୋକଙ୍କ ପାଇଁ ତ ଚା’ ନିଶା, ନ ପିଇଲେ ସେମାନେ ଚିଡ଼ଚିଡ଼ ହୁଅନ୍ତି । ତେବେ ଆଜି ଯେଉଁ ଚା’ ବିଷୟରେ ଆପଣ ଜାଣିବାକୁ ଯାଉଛନ୍ତି ତାହାର ମୂଲ୍ୟ ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ । ସାଧାରଣତଃ କପେ ଚା’ ର ମୂଲ୍ୟ ୫ ଟଙ୍କାରୁ ୨୫ ଟଙ୍କା ଯାଏଁ ହୋଇଥାଏ । ମାତ୍ର ୧୦୦୦ ଟଙ୍କାର ଚା’ କପେ ଆପଣ ଆଗରୁ କେବେ ଶୁଣିନଥିବେ ।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ବାସୀ ପାର୍ଥ ପ୍ରତିମ ଗାଙ୍ଗୁଲି ମୁକୁନ୍ଦପୁରରେ ଏକ ଚା’ ଦୋକାନ ଦେଇଛନ୍ତି । ପାର୍ଥଙ୍କ ଦୋକାନରେ ୧୨ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚା’ ଉପଲବ୍ଧ । ‘ନିର୍ଯଶ’ ନାମକ ପାର୍ଥଙ୍କ ଚା’ ଦୋକାନ କୋଲକାତାରେ ପ୍ରସିଦ୍ଧ । ମିଳିଥିବା ଖବର ଅନୁଯାୟୀ, କୋଲକାତା ପରିଦର୍ଶନ କରୁଥିବା ଲୋକମାନେ ‘ନିର୍ଯଶ’ ଯାଆନ୍ତି ଚା’ ପିଇବାକୁ । ଆଶ୍ଚର୍ଯ୍ୟର କଥା ହେଉଛି ଯେ ପାର୍ଥଙ୍କ ଦୋକାନ କୌଣସି ବଡ଼ ସପିଂ କମ୍ପ୍ଲେକ୍ସରେ ନୁହେଁ ବରଂ ରାସ୍ତା କଡ଼ରେ, ଅନ୍ୟ ଚା’ ଦୋକାନ ପରି ।

ତେବେ ପାର୍ଥଙ୍କ ଦୋକାନରେ ୧୦୦ ରକମର ଚା’ ଉପଲବ୍ଧ । ଏଥିମଧ୍ୟରେ ସିଲଭର ଛୁଞ୍ଚି ଧଳା ଚା’, ଲାଭେଣ୍ଡର ଚା’, ହାଇବିସ୍କସ୍ ଚା’, ମଦ ଚା’, ତୁଳସୀ ଅଦା ଚା’, ବ୍ଲୁ ଟିସିନ୍ ଚା’, ତିସ୍ତା ଭ୍ୟାଲି ଚା’, ମକଇବାରୀ ଚା’, ରୁବିୟୋସ ଚା’ ଏବଂ ଓକ୍ଟି ଚା’ ଇତ୍ୟାଦି ଅନ୍ତର୍ଭୁକ୍ତ । ପାର୍ଥ ଦୋକାନରେ ମିଳୁଥିବା ବୋ-ଲେ ଚା’ (Bo-Lay Tea) ର ମୂଲ୍ୟ ହେଉଛି ୧୦୦୦ ଟଙ୍କା ।

ସୂଚନାଥାଉ ଯେ ଏହି ବୋ-ଲେ ଚା’ରେ ବ୍ୟବହୃତ ପତିର ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ ଟଙ୍କା । ଏହି ହେଉଛି କାରଣ ଯେଉଁଥିପାଇଁ ଗୋଟିଏ କପ୍ ଚା’ର ଦାମ ହଜାରେ ଟଙ୍କା । ପାର୍ଥ ୨୦୧୪ ରେ ଏକ ଚା’ ଦୋକାନ ଖୋଲିଥିଲେ ଏବଂ ଏହାପୂର୍ବରୁ ସେ ଚାକିରି କରିଥିଲେ ।

Leave a Reply

Your email address will not be published. Required fields are marked *