ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିବାର କିଛି ସମୟ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଚାରିଥର ସଂସଦୀୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସକାଳେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ବାବଦରେ ନିଜେ ସିନ୍ଧିଆ ହିଁ ଘୋଷଣା କରି କହିଛନ୍ତି ହେଲେ ଇସ୍ତଫା ପତ୍ରରେ ତାରିଖ ରହିଛି ମାର୍ଚ୍ଚ ୯ । ଏକ ସୂଚନା ଅନୁଯାୟୀ ୨୦ ଜଣ ବିଧାୟକଙ୍କ ଇସ୍ତଫା ପରେ ପୁଣି ୫/୬ ଜଣ ବିଧାୟକ ଇସ୍ତଫା ଦେବାକୁ ପ୍ରସ୍ତୁତ ।
ଗ୍ୱାଲିଅର ମହାରାଜା ମାଧବରାଓ ସିନ୍ଧିଆଙ୍କର ଆଜି ଜନ୍ମଦିନ । ଆଜିର ଦିନରେ ବାପାଙ୍କ ପୁରୁଣା ଦଳ ଜନସଂଘର ନୂଆ କଳେବର ବିଜେପିରେ ଯୋଗ ଦେଇପାରନ୍ତି ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୋଲି ଆଶା କରାଯାଇପାରେ ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ସେ ଆଜି କିମ୍ବା ଶନିବାର ଦିନ ସେ ବିଜେପିରେ ଯୋଗ ଦେଇ ରାଜ୍ୟସଭାକୁ ସଦସ୍ୟ ଭାବରେ ମନୋନୀତ ହୋଇପାରନ୍ତି । ସିନ୍ଧିଆଙ୍କ ଇସ୍ତଫା ଦେବାର କିଛି ସମୟ ପରେ ୨୦ ଜଣ କଂଗ୍ରେସ ବିଧାୟକ ଇସ୍ତଫା ପତ୍ର ପଠାଇଛନ୍ତି ବୋଲି ମଧ୍ୟପ୍ରଦେଶର ରାଜ ଭବନ କହିଛନ୍ତି । ପୂର୍ବରୁ ସୂତ୍ରରୁ ପ୍ରକାଶ ଯେ ୨୫ ଜଣ ବିଧାୟକ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ଓ ଯଦି ଏହାକୁ ଗ୍ରହଣ କରାଯାଏ, ତେବେ ୧୫ ମାସର କମଲ ନାଥ ସରକାର ସଂଖ୍ୟାଲଘୁ ହୋଇଯିବ ଏବଂ ସମ୍ଭବତ। ଏହାକୁ ହଟାଇ ଦିଆଯିବ ।