ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ : ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ । ମଙ୍ଗଳବାର ଅପରାହ୍ନରେ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଇସ୍ତଫା ଦେବା ପରେ ଏକ ଗଣମାଧ୍ୟମ ବୈଠକ କରି ଏନେଇ ସୂଚନା ଦେଇଥିଲେ ତ୍ରିବେନ୍ଦ୍ର ସିଂ । ତେବେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚାଲିଛି କଳ୍ପନାଜଳ୍ପନା ।

ତେବେ ଗଣମାଧ୍ୟମ ବୈଠକରେ ତ୍ରିବେନ୍ଦ୍ର ସିଂ କହିଛନ୍ତି ଯେ, ୪ ବର୍ଷ ପାଇଁ ଦଳ ମୁଖ୍ୟମନ୍ତ୍ରୀ ଭାବରେ ମୋତେ କାର୍ୟଭାର ଦେଇଥିଲା । ଏହା ମଧ୍ୟରେ ଦଳ ପକ୍ଷରୁ ମୁଁ ବହୁତ ସମ୍ମାନ ପାଇଛି । ମୁଁ କେବେ ବି ଭାବି ନଥିଲି ଯେ ଏହି ପଦବୀରେ ରହି ଲୋକଙ୍କ ସେବା କରିବାର ସୁଯୋଗ ପାଇବି ବୋଲି । ମାତ୍ର ଦଳ ମୋତେ ସୁଯୋଗ ଦେଇଥିବାରୁ ମୁଁ ଖୁସି । ଦଳ ବର୍ତ୍ତମାନ ରାଜ୍ୟ ପାଇଁ ଅନ୍ୟ କାହାକୁ ସୁଯୋଗ ଦିଆଯାଉ ବୋଲି ଚାହୁଁଛି ।

ନୂଆ ମୁଖ୍ୟମନ୍ତ୍ରୀ ପ୍ରତିଯୋଗିତାରେ ରାଜ୍ୟସଭା ସାଂସଦ ଅନିଲ ବଲୁନୀ, ନୈନିତାଲର ସାଂସଦ ଅଜୟ ଭଟ୍ଟ ଏବଂ ଧନ ସିଂ ରାୱତଙ୍କ ନାଁ ଆଗରେ ରହିଛି । ତେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଦିଆଯିବ ବୋଲି ସୂଚନା ମିଳିଛି । ସୂଚନାଥାଉ ଯେ ଉତ୍ତରାଖଣ୍ଡ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *