ନିୟନ୍ତ୍ରଣ ବାହାରେ କରୋନା ସଂକ୍ରମଣ : ଘୋଷଣା ହେଲା ଲକ୍‌ଡାଉନ୍‌, ଜାରି ହେଲା କର୍ଫ୍ୟୁ

ଗୋଟିଏ ପଟେ ସାରା ଦେଶରେ କରୋନା ଟିକା ଦିଆଯାଉଥିବା ବେଳେ ମହାରାଷ୍ଟ୍ରରେ କ୍ରମାଗତ ବଢି ଚାଲିଛି ନୂଆ କରୋନା ମାମଲା । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ମହାରାଷ୍ଟ୍ର ସରକାର ବାଧ୍ୟ ହୋଇ ଅନେକ ସ୍ଥାନରେ ଲାଗୁ କଲେ ଲକ୍‌ଡାଉନ୍‌ । ମଙ୍ଗଳବାର ଦିନ ଥାନେରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଜଲଗାଓଁ ଜିଲ୍ଲାରେ ୩ ଦିନ ଧରି ଲାଗୁହେଲା ଜନତା କର୍ଫ୍ୟୁ ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୨ ତାରିଖରୁ ୧୪ ପର୍ଯ୍ୟନ୍ତ ୨ ଦିନ ଜନତା କର୍ଫ୍ୟୁ ଲାଗୁ କରାଯାଇଛି ଜଲଗାଓଁରେ । ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ବାକି ସବୁ କିଛି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ଜିଲ୍ଲାର ୧୧ ହଟ୍‌ସ୍ପଟ୍‌ ଅଞ୍ଚଳରେ ମାର୍ଚ୍ଚ ୧୩ ରୁ ୩୧ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ଏହାସହିତ ନାସିକରେ ସଞ୍ଜ ୭ ଟାରୁ ସକାଳ ୭ ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଯେପର୍ଯ୍ୟନ୍ତ କୌଣସି ନୂଆ ଗାଇଡ଼ଲାଇନ ଜାରି ନହେଇଛି ସେଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । କେବଳ ସେତିକି ନୁହେଁ ନାସିକ, ନନ୍ଦଗାଓଁ, ମାଲେଗାଓଁ ଓ ନିକାଡ଼ର ସମସ୍ତ ସ୍କୁଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *