ହନିମୁନ୍ ରାତିରେ ପତ୍ନୀଙ୍କୁ ଦେଖି ହୋସ୍ ଉଡ଼ିଗଲା ସ୍ଵାମୀର : ରାତି ୧୨ଟାରେ ଫୋନ କଲେ ଶ୍ଵଶୁରଙ୍କୁ, ଘଟଣା ଜାଣିଲେ ତାଯୁବ ହେବେ

ମଧ୍ୟପ୍ରଦେଶର ଶିବପୁରୀରେ ବିବାହର ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଉକ୍ତ ବ୍ୟକ୍ତି ଜଣକ ଶ୍ଵଶୁରଘର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ତାଙ୍କ ସହିତ ଜଣେ କିନ୍ନରକୁ ବିବାହ କରାଯାଇଛି ଏହା ବିବାହ ନାମରେ ପ୍ରତାରଣା ବୋଲି କହିଛନ୍ତି ଅଭିଯୋଗକାରୀ ।

ଶିବପୁରୀର ଭାୱକେଡ଼ି ଗାଁରେ ଘଟିଛି ଏହି ଘଟଣା ଯେଉଁଥିରେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ୨ ବର୍ଷ ପୂର୍ବେ ତାଙ୍କର ଯେଉଁ ମହିଳା ସହିତ ବିବାହ ହୋଇଥିଲା ସେ ଜଣେ ମହିଳା ନୁହଁନ୍ତି ବରଂ ଜଣେ କିନ୍ନର । ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ହନିମୁନ୍ ସମୟରେ ଏ ବିଷୟରେ ଜାଣିଲେ ଏବଂ ସେହି ଦିନ ରାତି ୧୨ ଟାରେ ଶ୍ୱଶୁରଙ୍କୁ ଫୋନ କରି ବିରୋଧ କଲେ ।

୨୩ ବର୍ଷୀୟ ପଙ୍କି ଜାତଭ ଏସପି କାର୍ଯ୍ୟାଳୟରେ ନିଜ ଅଭିଯୋଗରେ କହିଛନ୍ତି ଯେ ବିବାହ ପରଦିନ ହିଁ ସେ ନିଜ ପତ୍ନୀଙ୍କୁ ଡାକ୍ତରଖାନା ନେଇଥିଲେ । ମହିଳା ଡାକ୍ତରଙ୍କ ଦ୍ଵାରା ଯାଞ୍ଚ କରେଇଲା ପରେ ଡାକ୍ତର କହିଥିଲେ ଯେ ତାଙ୍କ ଠାରେ କୌଣସି ମହିଳା ଭଳି ଲକ୍ଷଣ ନାହିଁ । ଏହାପରେ ପଙ୍କି ତାଙ୍କ ଶ୍ଵଶୁରଘର ଏବଂ ପତ୍ନୀ ମନୀଷାଙ୍କ ବିରୋଧରେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହିତ ବିବାହ ନାମରେ ପ୍ରତାରଣା ମିଳିଥିବାରୁ ପଙ୍କି ପତ୍ନୀଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ । ହେଲେ ମନୀଷା ଘରଲୋକେ ମନୀଷାକୁ ପାଖରେ ରଖିବାକୁ ବାଧ୍ୟ କରିବା ସହିତ ନରଖିଲେ ଶ୍ଵଶୁର ପଙ୍କିଙ୍କ ହାତଗୋଡ଼ ଭାଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି ବୋଲି ପଙ୍କି ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ପଙ୍କି ଜାତଭ ୧୬ ଜୁନ୍ ୨୦୧୯ ରେ ମନୀଷାଙ୍କୁ ବିବାହ କରିଥିଲେ । ମହିଳା ପ୍ରକୋଷ୍ଠରେ ସ୍ୱାମୀଙ୍କ ବିରୋଧରେ ମନୀଷା ମଧ୍ୟ ଆବେଦନ କରିଛନ୍ତି । ଅଭିଯୋଗରେ ମନୀଷା କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବା ଉଚିତ୍ ନୁହେଁ । ଏହାସହିତ ସେ ତାଙ୍କ ଭରଣପୋଷଣ ବି ଦାବି କରିଛନ୍ତି । ମନୀଷା ପଙ୍କିଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରିବା ପରେ ପଙ୍କି ଏସପି କାର୍ଯ୍ୟାଳୟରେ ଆଉ ଏକ ଅଭିଯୋଗ ଦାଖଲ କରିଛନ୍ତି ।

ତେବେ ୫/୬ ମାସ ପୂର୍ବରୁ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ହେଁ ପତ୍ନୀଙ୍କ ବିରୋଧରେ କୌଣସି ପ୍ରମାଣ ମିଳିପାରି ନାହିଁ । ଥାନା ଅଧିକାରୀ ସୁନିଲ ରାଜପୁତ କହିଛନ୍ତି ଯେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ କୁଟୁମ୍ବ କୋର୍ଟକୁ ଯିବାକୁ ପରାମର୍ଶ ଦିଆଯାଇଛି । ସେଠାରୁ ସେମାନଙ୍କ ଛାଡ଼ପତ୍ର ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

Leave a Reply

Your email address will not be published. Required fields are marked *