ଯୌନ ତୃପ୍ତିର ଆନନ୍ଦ ନେବା ପରେ ପ୍ରେମିକା କଲେ ଅଜବ ଇଚ୍ଛା : ହଟହଟା ହେବା ସହ ବୟଫ୍ରେଣ୍ଡ୍ ଏଭଳି ମାଗିଲା ସହାୟତା

ପ୍ରେମିକା ସବୁବେଳେ ପ୍ରେମିକ ପାଖରେ ନିଜ ଇଚ୍ଛାଗୁଡ଼ିକୁ ଜାହିର କରେ । ପ୍ରେମିକ ମଧ୍ୟ ଖୁସି ଖୁସି ପ୍ରେମିକାର ସବୁ ଇଚ୍ଛାକୁ ସମ୍ମାନ ଦେବା ସହିତ ପୂରଣ କରିବାକୁ ଚେଷ୍ଟା କରେ । ତେବେ ଏଠାରେ ଜଣେ ପ୍ରେମିକ ଏମିତି ଏକ ଇଚ୍ଛା କରିଛନ୍ତି ଯାହା ତାଙ୍କ ପ୍ରେମିକ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରେମିକାଙ୍କ ଅଜବ ଇଚ୍ଛା ପାଇଁ ପ୍ରେମିକଙ୍କୁ ବାଧ୍ୟ ହୋଇ ବିଭିନ୍ନ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିଛି ଏବଂ ପୋର୍ଟାଲ ମାଧ୍ୟମରେ ସହାୟତା ମାଗିବାକୁ ପଡ଼ିଛି ।

ସୂଚନା ଅନୁସାରେ ଏହି ପ୍ରେମିକ ପ୍ରେମିକା ଗତ ୩ ବର୍ଷ ଧରି ସମ୍ପର୍କରେ ଅଛନ୍ତି । ପ୍ରେମିକଙ୍କ କହିବାନୁସାରେ ତାଙ୍କ ପ୍ରେମିକା ବହୁତ ସ୍ମାର୍ଟ ଏବଂ ବେଶ୍‌ ସକରାତ୍ମକ ଚିନ୍ତାଧାରା ସମ୍ପନ୍ନ, ମାତ୍ର ତାଙ୍କର ଏକ ଅଭ୍ୟାସ ଯୋଗୁ ସେ ଖୁବ୍ ଚିନ୍ତାରେ ରହୁଛନ୍ତି । ଏନେଇ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୋର୍ଟାଲରେ ବିଶେଷଜ୍ଞମାନଙ୍କୁ ସେ ବି ସହାୟତା ମାଗିଛନ୍ତି । ପ୍ରେମିକଙ୍କ କହିବାନୁସାରେ ତାଙ୍କ ପ୍ରେମିକା ପ୍ରତ୍ୟେକ କାମ ପରେ ତାଙ୍କ ମତାମତ ମାଗୁଛନ୍ତି । ପ୍ରଶଂସା ଶୁଣିବା ସହିତ କେଉଁଠି କ’ଣ ଭୁଲ ରହିଲା ତାହା ଜାଣିବାକୁ ଇଚ୍ଛୁକ ।

ପ୍ରେମିକଙ୍କ କହିବାନୁସାରେ ରୋଷେଇ ଠାରୁ ଆରମ୍ଭ କରି ଉପହାର ପର୍ଯ୍ୟନ୍ତ, ଏମିତିକି ସମ୍ବନ୍ଧ ରଖିଲା ପରେ ବି ପ୍ରଶଂସା ସହ କିଛି ଭୁଲ୍‌ ଥିବା କଥା ଶୁଣିବା ପାଇଁ ସେ ଚାହେଁ । ଯଦି କିଛି ଭୁଲ୍‌ ନକାଢେ ତେବେ ସେ ରୁଷି ଯାଏ । ଦୈନନ୍ଦିନ କାର୍ଯ୍ୟ ସହିତ ଶାରୀରିକ ସମ୍ପର୍କ ରଖିଲା ପରେ ବି ତାଙ୍କର ଏକା ପ୍ରଶ୍ନ ଯାହା ପ୍ରେମିକଙ୍କୁ ବିଚଳିତ କରୁଛି ।

ସେ ଉଲ୍ଲେଖ କରିଛନ୍ତି ଯେ କେବଳ ତାଙ୍କ ପ୍ରେମିକାକୁ ସନ୍ତୁଷ୍ଟ କରିବାକୁ ତାଙ୍କୁ ଜାଣିଶୁଣି ଅନେକ ଥର ମିଛ କହିବାକୁ ପଡୁଛି । ଏହାକୁ କମ୍‌ କରିବା ପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ ବୋଲି ସେ ଡାକ୍ତର ତଥା ବିଶେଷଜ୍ଞଙ୍କ ପରାମର୍ଶ ମାଗିଛନ୍ତି । ତାଙ୍କ ପ୍ରେମିକା ସମସ୍ତ କାମରେ ଶତ ପ୍ରତିଶତ ଠିକ୍ ହେବା ଚେଷ୍ଟା କରୁଛନ୍ତି ଯାହା ବର୍ତ୍ତମାନ ପ୍ରେମିକ ପାଇଁ ଏକ ସମସ୍ୟା ରୂପେ ଦେଖାଦେଇଛି । ଅପରପକ୍ଷରେ ବିଶେଷଜ୍ଞମାନେ କହିଛନ୍ତି ଯେ ଜୀବନସାଥୀ ପରାମର୍ଶ ନେବା ଭଲ ମାତ୍ର ସବୁ କାମରେ ଜବରଦସ୍ତ ଭୁଲ୍‌ କାଢିବା ଭଲ କଥା ନୁହେଁ ।

Leave a Reply

Your email address will not be published. Required fields are marked *