ରାଜନୀତି ସାମ୍ନାରେ ବିବଶ ଖାକି ! ଅତି ନିର୍ମମ ଭାବେ ମାଡ଼ ଖାଉଛନ୍ତି ପୋଲିସ କର୍ମଚାରୀ, ଭାଇରାଲ୍ ହେଲା ଭିଡ଼ିଓ …

ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀର ଉତ୍ତମ ନଗରରେ ଜଣେ ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ମାଡ଼ ମାରୁଛି ଜଣେ ବ୍ୟକ୍ତି । ତେବେ ଏହି ଖାକି ପୋଷାକ ପିନ୍ଧିଥିବା ଯୁବକ ଜଣଙ୍କୁ କାହିଁକି ଏମିତି ପିଟି ଚାଲିଛନ୍ତି ଜଣେ ବ୍ୟକ୍ତି ତାହା ଅସ୍ପଷ୍ଟ ରହିଛି । ସେପଟେ ମାଡ଼ ମାରୁଥିବା ବ୍ୟକ୍ତି ଏକ ରାଜନୈତିକ ଦଳର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଘଟଣାର ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମାଡ଼ ଖାଉଥିବା ପୋଲିସ କର୍ମଚାରୀ ଜଣକ ତାଙ୍କୁ ଛାଡ଼ି ଦେବାକୁ ଗୁହାରି କରୁଥିଲାବେଳେ ମାଡ଼ ମାରୁଥିବା ବ୍ୟକ୍ତିକୁ ଆଉ ଜଣେ ପୋଲିସ କର୍ମଚାରୀ ଧରି ଅଟକାଉ ଥିବା ବି ନଜରକୁ ଆସୁଛି ଭିଡ଼ିଓଟିରେ ।

କେବଳ ମାଡ଼ ନୁହେଁ, ଗାଳି ଗୁଲଜ ସହିତ ଗୋଇଠା, ଚାପୁଡ଼ା ସବୁ ବର୍ଷେଇ ଦେଇ ଚାଲିଛନ୍ତି ବ୍ୟକ୍ତି ଜଣଙ୍କ ପୋଲିସ କର୍ମଚାରୀଙ୍କ ଉପରେ । ଆଉ ଜଣେ ପୋଲିସ କର୍ମଚାରୀ ଅଭିଯୁକ୍ତକୁ ଯେତେ ଚେଷ୍ଟା କରି ଅଟକାଇବାକୁ ଚାହିଁଲେ ବି ସେଥିରେ ସେ ବିଫଳ ହେଉଛନ୍ତି । ତେବେ ଏହି ଘଟଣା ପରେ ରାଜନୈତିକ ବ୍ୟକ୍ତି ଆଗରେ ଖାକି ପୁଣିଥରେ ବିବଶ ହେବା ନଜର ଆସିଛି ।

Leave a Reply

Your email address will not be published. Required fields are marked *