ଅର୍ଦ୍ଧନଗ୍ନ ଅବସ୍ଥାରେ ଚିତ୍କାର କରି ବାରରୁ ବାହାରକୁ ଆସିଲେ ଜଣେ ମହିଳା : ଦେହ ଢାଙ୍କିବାକୁ ଗାର୍ଡ ଦେଲେ ତଉଲିଆ

ଉତ୍ତର ପ୍ରଦେଶରେ ଲକ୍ଷ୍ନୌର ବିଭୂତିଖଣ୍ଡ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କ ସହିତ ଅଶ୍ଳୀଳତା ପୂର୍ଣ୍ଣ ଘଟଣା ଥମିବାର ନାଁ ନେଉ ନାହିଁ । ସମିଟ୍ ବିଲ୍ଡିଂରେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ହୋଇଥିବା ମାରପିଟ ଭିଡ଼ିଓ କ୍ଲିପ ସୋସାଇଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା କିଛି ଦିନ ତଳେ । ଏହି ଘଟଣାକୁ ଲୋକେ ଭୁଲିନଥିଲେ ଏବଂ ପୁଣିଥରେ ରବିବାର ଦିନ ଆଉ ଏକ ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି ।

ମ୍ୟୁନିକ୍ ବାରରେ ପାର୍ଟି କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଜଣେ ଯୁବକ ପିଟିବା ଆରମ୍ଭ କରିଥିଲେ । ନିଜକୁ ବଞ୍ଚେଇବାକୁ ଯୁବତୀ ଜଣଙ୍କ ବାର ବାହାରାକୁ ବାହାରିଲେ ତ ଯୁବକ ସେଠାରେ ପହଞ୍ଚି ସର୍ବସାଧାରଣରେ ଉକ୍ତ ଯୁବତୀଙ୍କୁ ପୁଣି ମାରଧର କଲା । କେବଳ ସେତିକି ନୁହେଁ, ଯୁବତୀଙ୍କ ପୋଷାକ ବି ଖୋଲିଦେଲା ଅଭିଯୁକ୍ତ ।

କୌଣସି ପ୍ରକାରେ ନିଜକୁ ଉଦ୍ଧାର କରି ଯୁବତୀ ଓମେକ୍ସ ରେସିଡେନ୍ସିରେ ପହଞ୍ଚିଥିଲେ ଏବଂ ଜଣେ ଗାର୍ଡକୁ ସାହାଯ୍ୟ ମାଗିଥିଲେ । ଗାର୍ଡ ଜଣଙ୍କ ଶେଷରେ ଯୁବତୀଙ୍କ ଅର୍ଦ୍ଧନଗ୍ନ ଶରୀରକୁ ଘୋଡାଇବା ପାଇଁ ଏକ ତଉଲିଆ ଦେଲେ ଏବଂ ପୀଡ଼ିତା ଫାଟକ ଭିତରକୁ ଚାଲିଗଲେ । ଏହାପରେ କିନ୍ତୁ ପିଛା କରି ଯୁବକ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା ଏବଂ ଏହାସହିତ ଯୁବକର କିଛି ସାଙ୍ଗ ବି ସେଠି ପହଞ୍ଚି ଯୁବତୀର ପିନ୍ଧା ପୋଷାକ ଫାଟକ ଭିତରେ ପକାଇ ସେଠାରୁ ଚାଲିଯାଇଥିଲେ । ଯୁବତୀ ଜଣକ ପୋଷାକ ପିନ୍ଧିଲେ ଏବଂ ଫାଟକ ଭିତରେ ଥାଇ ଅଭିଯୁକ୍ତଙ୍କଠାରୁ ନିଜକୁ ରକ୍ଷା କରୁଥିଲେ । ତେବେ ସ୍ଥାନୀୟ ଲୋକେ ଏସବୁର ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ।

ଅନ୍ୟପକ୍ଷରେ ଖବର ପାଇ ବିଭୂତିଖଣ୍ଡ ପୋଲିସ ସେଠାରେ ପହଞ୍ଚିଥିଲା ଏବଂ ଯୁବତୀଙ୍କୁ ସାଙ୍ଗରେ ନେଇଥିଲା । ଅଭିଯୁକ୍ତ ଯୁବକ ଏବଂ ପୀଡ଼ିତା ଉଭୟ ମଦ ନିଶାରେ ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏ ଘଟଣା ପରେ ବି ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ କି କାର୍ଯ୍ୟାନୁଷ୍ଠାନ କଲା ନାହିଁ । ପୋଲିସ କହିବାନୁସାରେ ଉଭୟ ସ୍ଵାମୀସ୍ତ୍ରୀ ଯାହାଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଦୁହେଁ ଆପୋଷ ବୁଝାମଣାରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ । ଏବେ ପ୍ରଶ୍ନ ହେଉଛି ଯଦି ଅଭିଯୁକ୍ତ ଜଣକ ମହିଳାଙ୍କ ସ୍ୱାମୀ, ତଥାପି ବି ତାଙ୍କର ଏପରି କାର୍ଯ୍ୟ କରିବାର ଅଧିକାର ଅଛି କି ? ସର୍ବଶେଷରେ, କାହାର ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ତେବେ ବିଭୂତିଖଣ୍ଡ ବାର ଏବଂ କ୍ଲବରେ ଅନେକ ସଂଘର୍ଷ ତଥା ଉତ୍ତେଜନା ଦେଖାଦେଇଛି, କିନ୍ତୁ ଉଚ୍ଚ ପଦାଧିକାରୀମାନେ ଚୁପ୍ ରହିଛନ୍ତି, ଏହା ପଛର କାରଣ କ’ଣ ହେଇପାରେ ?

Leave a Reply

Your email address will not be published. Required fields are marked *