ଭାଇ ଥିବା ସତ୍ତ୍ୱେ ମୃତ ପିତାଙ୍କୁ କାନ୍ଧ ଦେଲେ ୪ ଭଉଣୀ : କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ …

ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ, ଆଜି ମଧ୍ୟ ଏପରି ଅନେକ କାର୍ଯ୍ୟ ଅଛି ଯାହା କେବଳ ପୁଅମାନେ କରନ୍ତି । କିନ୍ତୁ ପରିବାରର ପରିସ୍ଥିତି ହେତୁ ସେହି ପରମ୍ପରାଗୁଡ଼ିକ ଭାଙ୍ଗୁଥିବାର ବି ଦେଖାଯାଏ । ଏପରି ଏକ ମାମଲା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ ଝାନ୍ସୀ ଜିଲ୍ଲାରୁ । ଏଠାରେ ୪ ଜଣ ଝିଅ ନିଜ ବାପାଙ୍କ ମୃତଦେହକୁ କାନ୍ଧ ଦେଇଛନ୍ତି ।

ଘଟଣାଟି ଏମିତି । ଜିଲ୍ଲାର ନୱାବାଦ ଥାନା ଅଞ୍ଚଳର ଡଡ଼ିଆପୁରା ଗଲ୍ଲା ମଣ୍ଡି ରୋଡ଼ର ବାସିନ୍ଦା ଗୋରେଲାଲ ସାହୁଙ୍କର ହୃଦଘାତରେ ଶୁକ୍ରବାର ଦିନ ଦେହାନ୍ତ ହୋଇଯାଇଛି । ପିତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ୪ ଝିଅ ପୁଅର କର୍ତ୍ତବ୍ୟ ପାଳନ କରିବାକୁ ସିଧା ପିତାଙ୍କ ଘରେ ପହଞ୍ଚିଗଲେ । ଏହାପରେ ଝିଅମାନେ ଲୁହ ଭର୍ତ୍ତି ଆଖିରେ ପିତାଙ୍କୁ ଅନ୍ତିମ ବିଦାୟ ଦେଲେ । ତାଙ୍କ ଶବକୁ ନିଜର କାନ୍ଧ ଦେଲେ ।

ମୃତ ପିତାଙ୍କ ସମସ୍ତ କ୍ରିୟା କରି ଝିଅମାନେ ହିଁ ତାଙ୍କ ଶବକୁ କାନ୍ଧ ଦେଇ ମଶାଣି ଯାଏ ଗଲେ । ତାପରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଶବଦାହ କରାଯାଇଥିଲା । ଯେତେବେଳେ ସେ ତାଙ୍କ ପିତାଙ୍କୁ ନିଆଁ ଲଗାଇ ଶେଷ ରୀତିନୀତି କରିଥିଲେ, ସେତେବେଳେ ତାଙ୍କ ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ମୃତକଙ୍କ ପୁଅ ଥାଇ ବି ଝିଅ ମୁଖାଗ୍ନି ଦେଇଥିଲେ ।

ଯେତେବେଳେ ସାମ୍ବାଦିକଙ୍କ ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଲା ଯେ ପୁଅ ଥାଉ ଥାଉ କାହିଁକି ଆପଣ ପିତାଙ୍କୁ ମୁଖାଗ୍ନି ଦେଲେ, କାହିଁକି ପିତାଙ୍କ ଶବକୁ କାନ୍ଧ ଦେଲେ, ଉତ୍ତରରେ ଝିଅ କହିଲେ, ଭାଇ ତାଙ୍କ ପିତାଙ୍କ ସହିତ ଝଗଡ଼ା କରୁଥିଲେ । ପ୍ରାୟ ସମୟ ତାଙ୍କୁ ନିର୍ଯାତନା ଦେଉଥିଲେ । ତେଣୁ ୪ ଭଉଣୀ ମିଶି ଆମେ ପିତାଙ୍କ ଯତ୍ନ ନେଉଥିଲୁ ଏବଂ ଯେତେବେଳେ ପିତାଙ୍କ ଦେହାନ୍ତ ହେଲା, ସମସ୍ତ ମିଶି ସ୍ଥିର କଲୁ ଯେ ଭାଇକୁ ପିତାଙ୍କ ମରଶରୀରକୁ ଛୁଇଁବାକୁ ଦେବୁନି। ସମସ୍ତେ ମିଶି ପିତାଙ୍କ ଅନ୍ତିମ ସଂସ୍କାର ଆମେ କରିବୁ ।

Leave a Reply

Your email address will not be published. Required fields are marked *