ଚୀନ୍ର ଜେଜିଆଙ୍ଗରୁ ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ବର୍ଷର ପୁଅକୁ ବିକ୍ରି କରି ସେହି ଟଙ୍କାକୁ ଦେଶ ଭ୍ରମଣରେ ବ୍ୟବହାର କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ପୋଲିସ ଅଟକ ରଖିଛି । ଜେଜିଆଙ୍ଗ ଲିଗାଲ୍ ଡେଲି ଅନୁଯାୟୀ, ଜିଆ ନାମକ ଏହି ବ୍ୟକ୍ତି ଜଣକ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ଲଗାତାର ଝଗଡ଼ା କରୁଥିଲେ ଏବଂ ଶିଶୁ ଯତ୍ନର ଭାରରୁ ନିଜକୁ ମୁକ୍ତ କରିବାକୁ ଜିଆଜିଆ ନାମକ ତାଙ୍କର ଦୁଇ ବର୍ଷର ପୁଅକୁ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି ।
ସୂଚନାଥାଉ ଯେ ଶିଶୁର ମା’ଙ୍କୁ ଛାଡ଼ପତ୍ର ଦେବା ପରେ ଜେଇଙ୍କୁ ପୁଅର ହେପାଜତ ଦିଆଯାଇଥିଲା, ଯେହେତୁ ଝିଅକୁ ପତ୍ନୀ ରଖିଥିଲେ । କିନ୍ତୁ ଅନ୍ୟ ସହରରେ ତାଙ୍କର କାର୍ଯ୍ୟ ପ୍ରତିଶ୍ରୁତି ଥିବାରୁ ସେ ତାଙ୍କ ପୁଅକୁ ହୁଜୋ ସହରରେ ତାଙ୍କ ଭାଇ ଲିନ ଏବଂ ପରିବାର ଅନ୍ୟ ସଦସ୍ୟଙ୍କ ଯତ୍ନରେ ଛାଡିଥିଲେ । ତେବେ ଗତ ମାସରେ, ଜିଆ ତାଙ୍କ ପୁଅ ଲିନଙ୍କଠାରୁ ନେଇଥିଲେ ଏବଂ କହିଥିଲେ ଯେ ପୁଅର ମା’ ତାକୁ ଦେଖିବାକୁ ଚାହୁଁଛନ୍ତି । କିଛି ଦିନ ପରେ, ଯେତେବେଳେ ଶିଶୁ ତା ନିଜ ଘରେ ପହଞ୍ଚି ନଥିଲା, ଲିନ ପୋଲିସ ସହ ଯୋଗାଯୋଗ କରିଥିଲେ ।
ଯେତେବେଳେ ପୋଲିସ ଅନୁସନ୍ଧାନ କଲା, ଜାଣିବାକୁ ପାଇଲା ଯେ ଜିଆ ଏହି ବାଳକକୁ ଜିଆଙ୍ଗସୁ ପ୍ରଦେଶର ଚାଙ୍ଗସୁରେ ୧୫୮,୦୦୦ ୟୁଆନ୍ (୧୮ ଲକ୍ଷ ଟଙ୍କା) ରେ ବିକ୍ରି କରିଛନ୍ତି । ଏହାପରେ ସେ ଏହି ଅର୍ଥକୁ ତାଙ୍କ ନୂଆ ପତ୍ନୀଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ । ଗତ ମାସ ଶେଷରେ ଜିଆଜିଆଙ୍କୁ ତାଙ୍କ ମାମୁଁଙ୍କ ନିକଟକୁ ଫେରାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହି ଦମ୍ପତି ‘ଅପରାଧିକ ବାଧ୍ୟତାମୂଳକ ପଦକ୍ଷେପ’ର ସମ୍ମୁଖୀନ ହେଉଛନ୍ତି ।