କଣ ସାରା ଦେଶରେ ହେବ କି ଲକଡାଉନ୍ ? ଭାରତୀୟ ରେଲ ୱେ ବାତିଲ୍ କଲା 28 ଟି ଟ୍ରେନ୍, ପଢନ୍ତୁ ପୁରା ଖବର

Indian Railways Cancel 28 Trains From May 9 Amid Covid Surge

Indian Railways : କରୋନା ସଂକ୍ରମଣର ଏହି ବଢୁଥିବା ସଙ୍କଟ ମଧ୍ୟରେ ରେଳବାଇ ଏକ ବଡ଼ ଇଶାରା କରିଛି। ବର୍ତ୍ତମାନ ଦିଲ୍ଲୀରୁ ଚାଲୁଥିବା 28 ଟି ଟ୍ରେନକୁ 9 ମଇରୁ ବାତିଲ କରାଯାଇଛି। ସେଠି ମଧ୍ୟରୁ 8 ଯୋଡି ଶତାବ୍ଦୀ, 2 ଯୋଡି ଜନଶତାବ୍ଦୀ, 2 ଦୁରନ୍ତୋ, 2 ରାଜଦାନୀ ଏବଂ ଏହା ସହ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ସାମିଲ ଅଛି ।

ଅଧିକାରୀଙ୍କ କହିବା ଅନୁଯାୟୀ, ବଢୁଥିବା କରୋନା ସଂକ୍ରମଣ ଏବଂ ଯାତ୍ରୀଙ୍କ ଅଭାବ ହେତୁ ରେଳବାଇ ଏହି ବଡ ନିଷ୍ପତ୍ତି ନେଇଛି। ଏବଂ ସମୟକ୍ରମେ ଆଗକୁ ଅଧିକାରୀଙ୍କ ଅର୍ଡର ନ ପାଇବା ପର୍ଯ୍ୟନ୍ତ ଏହି ଟ୍ରେନ୍ ଗମନାଗମନ ଆରମ୍ଭ ହେବ ନାହିଁ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ବାତିଲ ହୋଇଥିବା ସେଠି ମଧ୍ୟ ରୁ କାଲକା, ହବିବଜଙ୍ଗ, ଅମୃତସର,ଚଣ୍ଡିଗଡ ଯାଉଥିବା ଶତାବ୍ଦୀ, ଦିଲ୍ଲୀରୁ ଚେନ୍ନାଇ ଏବଂ ବିଲାସପୁରକୁ ଯାଉଥିବା ରାଜଧାନୀ ଏବଂ ଜାମ୍ମୁ ତାୱି ଏବଂ ପୁନେ ଭଳି ଅନେକ ସ୍ଥାନକୁ ଯାଉଥିବା ଶତାବ୍ଦୀ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି।

ଏଥି ସହିତ କେନ୍ଦ୍ରୀୟ ରେଳବାଇ 23 ଟି ଯାତ୍ରୀବାହୀ ଟ୍ରେନକୁ ମଧ୍ୟ ବାତିଲ କରିଛି। ଯେଉଁଥିରେ ନାଗପୁର-କୋଲହାପୁର ସ୍ୱତନ୍ତ୍ର ଜୁନ୍ 29 ପର୍ଯ୍ୟନ୍ତ ବନ୍ଦ ରହିବ।
CSMT-Kolhapur Special 1 ଜୁଲାଇ ପର୍ଯ୍ୟନ୍ତ ଏବଂ CSMT-Pune Special 30 ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *