କରୋନା ଦ୍ୱାରା ବର୍ତ୍ତମାନ ସାରା ବିଶ୍ବରେ ଆତଙ୍କ ବ୍ୟାପି ଯାଇଛି । ବିଶ୍ୱ ର ସବୁ ଜନ ଜୀବନ କରୋନା. ଦ୍ୱାରା ପ୍ରଭାବିତ ହୋଇଛି । କିଛି ଦିନ ତଳେ ଖବର ମିଳିଥିଲା ଯେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍ କରୋନାରେ ଆକ୍ରାନ୍ତ ହୋଇଛି । କେବଳ ଦାଉଦ ନୂହେଁ ତା ପତ୍ନୀ ମହଜବିନ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା ।
କିନ୍ତୁ ପାକିସ୍ତାନ ର ଗୋଟେ ନିଉଜ ଚ୍ୟାନେଲ ଅନୁସାରେ, ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଛି । ସୂଚନା ଅନୁସାରେ ଦାଉଦ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ପାକିସ୍ତାନ କରାଚି ରେ ଥିବା ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ଦାଉଦ ର ମରିବାର ଖବର ଏହା ପ୍ରଥମ ଥର ନୁହଁ ଆଗରୁ ମଧ୍ୟ ଏମିତି ଖବର ସାମ୍ନା କୁ ଆସି ସାରିଛି । ଦେଖିବା କଥା ଏହା ଯେ ଏହି ଖବର କେତେ ଦୂର ସତ । ଆଗାମୀ ସମୟରେ ଏହା ମଧ୍ୟ ସ୍ପଷ୍ଟ ହୋଇଯିବ ।