ଏହି ଲୋକପ୍ରିୟ କମ୍ପାନୀ ୮ ଦଶନ୍ଧି ଭିତରେ ସର୍ବାଧିକ ବିକ୍ରି କରି ଭାଙ୍ଗିଲା ୮୨ ବର୍ଷର ରେକର୍ଡ଼

କରୋନା ମହାମାରୀ ରୋକିବାକୁ ହୋଇଥିବା ଲକଡାଉନ କଟକଣା ଭିତରେ ପାର୍ଲେଜି ବିସ୍କୁଟ କମ୍ପାନୀ ବିକ୍ରିରେ କରିଛି ରେକର୍ଡ଼ । ୮୨ ବର୍ଷ ପରେ ଏହିପରି ଅତ୍ୟଧିକ ମାତ୍ରାରେ ବିକ୍ରି କମ୍ପାନୀ ପାଇଁ ନେଇ ଆସିଛି ଗୋଟେ ସଫଳତାର ଗୋଟେ ମାଇଲଖୁଣ୍ଟ । ମାତ୍ର ୫ ଟଙ୍କାରେ ମିଳୁଥିବା ପାର୍ଲେଜି ବିସ୍କୁଟ ହଜାର ହଜାର କିଲୋମିଟର ପାଦରେ ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସାଜିଛି ସାଥୀ ଓ ସାହାରା । ଇକୋନମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ, ଅପ୍ରେଲ ଓ ମଇ ମାସରେ ପାର୍ଲେଜି ବିସ୍କୁଟ ଅବିଶ୍ଵସନୀୟ ବେପାର ହୋଇଛି ।

ଲକଡାଉନରେ ବସ ,ଟ୍ରେନ ସେବା ସବୁ ବନ୍ଦ ଥିଲାବେଳେ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ଶ୍ରେଣୀର ଲୋକେ ଅଖିଆ ଅପିଆ ମାଇଲ ମାଇଲ କିଲୋମିଟର ପାଦରେ ଚାଲିଥାନ୍ତି । ଯଦିଓ ପରେ ଏପରି ଅଭାବନୀୟ ଦୃଶ୍ୟ ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହେବାପରେ କେନ୍ଦ୍ର ସରକାର ସେମାନଙ୍କ ପାଇଁ ସ୍ଵତନ୍ତ୍ର ବସ ଏବଂ ଟ୍ରେନର ସୁବିଧା କଲେ । ଏମିତିକି କେତେଜଣ ସହୃଦୟ ଲୋକ ସହାୟତାର ହାତ ବଢାଇଲେ । ବିଶେଷ କରି ସେମାନଙ୍କ ପାଇଁ ଖାଦ୍ୟପାନୀୟ ବ୍ୟବସ୍ଥା କଲେ । ୟା’ଭିତରେ ୫ ଟଙ୍କିଆ ପାର୍ଲେଜି ବିସ୍କୁଟ ଭୋକିଲାଙ୍କ ପାଇଁ ସାହାରା ପାଲଟିଲା । କେହି କେହି ଏହାକୁ ନିଜ ଖର୍ଚ୍ଚରେ କିଣି ଖାଇଲେ ତ ଆଉ କେହି ସହାୟତା ଆକାରରେ ଦେଲେ ।

ପରିବହନ ବ୍ୟବସ୍ଥା ବନ୍ଦ ଥିବାରୁ ଅନେକ ଲୋକ ଆଗୁଆ ପାର୍ଲେଜି ବିସ୍କୁଟକୁ ଘରେ ଆଣି ସଞ୍ଚୟ କଲେ ଫଳରେ ଅସମ୍ଭବ ଭାବରେ ବିସ୍କୁଟ ବିକ୍ରି ହେଲା । ଲକଡାଉନ ଆରମ୍ଭ ମାର୍ଚ୍ଚରୁ ହେଇଥିଲା ଓ ବିସ୍କୁଟ ବିକ୍ରି ବି ବିଶେଷ କରି ମାର୍ଚ୍ଚ ମାସରୁ ବଢିଥିଲା । ବିକ୍ରି ଏତେ ବଢିଲା ଯେ ୮୨ ବର୍ଷର ରେକର୍ଡ଼ ଭାଙ୍ଗିଲା । ପାର୍ଲେଜି କମ୍ପାନୀର ମାର୍କେଟ ସେୟାର ବଢି ପ୍ରାୟ ୫ ପ୍ରତିଶତକୁ ବୃଦ୍ଧି ପାଇଛି ଯେତେବେଳେ କି ଏହା ୧୯୩୮ରୁ ଭାରତୀୟଙ୍କ ମଧ୍ୟରେ ଏକ ଲୋକପ୍ରିୟ ବ୍ରାଣ୍ଡ ହେଇ ରହିଛି ।

Leave a Reply

Your email address will not be published. Required fields are marked *