ସଂସ୍କାର : ବର୍ତ୍ତମାନ ଦେଶର ହାତ ଗଣତି କେତେ ଜଣ ପ୍ରଶାସନିକ ଅଧିକାରୀ ଦିନକୁ ଦିନ ଅଶ୍ଳୀଳ ଓ ଅଭଦ୍ର ହୋଇଯାଉଛନ୍ତି। ଆଉ ସେମାନଙ୍କର ଏହି ଅଶ୍ଳୀଳତାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହୋଇଯାଉଛି।
ଏହି ପ୍ରଶାସନିକ ଅଧିକାରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରଲ୍ ହେବା କ୍ରମରେ ଉତ୍ତରପ୍ରଦେଶରୁ ଆସିଛି ଏକ ମାମଲା। ଉତ୍ତରପ୍ରଦେଶରେ ଏକ ଆଇପିଏସର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ଜଣେ ଆଇଏଏସ୍ ଅଧିକାରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକି ବର୍ତ୍ତମାନ ଚର୍ଚ୍ଚା ପରିସରରେ ରହିଛି।
ଭାଇରଲ୍ ହେଉଥିବା ଭିଡିଓଟି ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ସ୍ତରର ଜଣେ ଅଧିକାରୀଙ୍କର ଅଟେ। ଯେଉଁଥିରେ ଜଣେ ମହିଳାଙ୍କ ସହ ଚାଟ୍ କରିବା ସମୟରେ ତାଙ୍କର ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଛି। ବର୍ତ୍ତମାନ ଯେତେବେଳେ ଏହି ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେତେବେଳେ ଆଇଏଏସ୍ ଅଧିକାରୀ ଲକ୍ଷ୍ନୌ ପୋଲିସର ସାଇବର ସେଲରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ଲକ୍ଷ୍ନୌ ସାଇବର ସେଲର ଏକ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖିବା ସମୟ ମଧ୍ୟରେ ଅଭିଯୁକ୍ତ ମହିଳା ଏପର୍ଯ୍ୟନ୍ତ ପୋଲିସ ହାତକୁ ଆସିନାହାଁନ୍ତି।
ଅନ୍ୟପଟେ ୟୁପିର ଜଣେ ଆଇପିଏସ୍ ଅଧିକାରୀଙ୍କ ଅଶ୍ଳୀଳ ଭିଡିଓ ଚଳିତ ବର୍ଷ ମାର୍ଚ୍ଚରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା।