ସଂସ୍କାର : ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ବନ୍ୟହିଂସ୍ର ଜନ୍ତୁ। ଆଉ ଏହିକ୍ରମରେ ଏକ ଦର୍ଦାନକ ଖବର ସାମ୍ନାକୁ ଆସିଛି। ହିମାଚଳପ୍ରଦେଶର ରାଜଧାନୀ ଶିମଲା ନିକଟସ୍ଥ କାନଲୋଗ ଅଞ୍ଚଳରେ ଥିବା ଆଶ୍ରୟସ୍ଥଳରୁ ଏକ ଚିତାବାଘ ଜଣେ ଛଅ ବର୍ଷର ଛୋଟ ଝିଅକୁ ନେଇ ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଝିଅଟିର କୌଣସି ସନ୍ଧାନ ମିଳିନଥିଲା। ତେବେ ବିଳମ୍ବିତ ରାତିରେ ବନ୍ୟଜନ୍ତୁ ବିଭାଗ ଦ୍ୱାରା ଝିଅର କିଛି ପୋଷାକ ମିଳିଥିଲା। କେତେକ ସ୍ଥାନରୁ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳେ ପୁନର୍ବାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଝିଅର ମୁଣ୍ଡ ଏବଂ ଶରୀରର କିଛି ଅଂଶ ଦେଖିବାକୁ ମିଳିଥିଲା।
![](https://sanskarnetwork.in/odia/wp-content/uploads/2021/08/20210810_163647.jpg)
ବନ୍ୟଜନ୍ତୁ ବିଭାଗର ଡିଏଫଓ କୃଷ୍ଣ କୁମାର କହିଛନ୍ତି ଯେ ସମଗ୍ର ଅଞ୍ଚଳକୁ ସତର୍କ କରାଯାଇଛି, ଚିତାବାଘ ବର୍ତ୍ତମାନ ମଣିଷକୁ ଖାଇବା ପାଇଁ ଜନବସତି ଅଞ୍ଚଳକୁ ଆସିଯାଉଛି। ତେବେ ଚିତାବାଘ ଧରିବା ପାଇଁ ବନ୍ୟଜନ୍ତୁ ବିଭାଗ ମଧ୍ୟ ଯୋଜନା ପ୍ରସ୍ତୁତ କରିଛି। ଏଥିସହିତ ଛଅ ବର୍ଷର ନିରୀହ ଝିଅର ଯନ୍ତ୍ରଣାଦାୟକ ମୃତ୍ୟୁ ହେତୁ ପରିବାରର ଅବସ୍ଥା ଦୁଃଖଦାୟକ ରହିଛି।