ଭାଇରାଲ ହେଲା ଭିଡ଼ିଓ : କରୋନାରେ ମରିବା ଲୋକର ମରଶରୀର ପ୍ରତି ପଶୁଠାରୁ ହୀନ ବ୍ୟବହାର ଦେଖି ସର୍ବୋଚ୍ଚ ନ୍ୟାୟଳୟ କହିଲେ …

କରୋନାରେ ମୃତ ହେଉଥିବା ବ୍ୟକ୍ତିଙ୍କ ମାରଶରୀର ସହିତ ଚରମ ଅବହେଳା ଓ ଅମାନୁଷିକ ବ୍ୟବହାର କରାଯାଉଛି । ନିକଟରେ ଏହାର ଉଦାହରଣ ନେଇ କୋଲକାତା ସହରର ଏକ ଦୃଶ୍ୟକୁ ନଜରକୁ ଆସିଛି ଯେଉଁଠି ଶବକୁ ଗୋଟେ ସିମେଣ୍ଟ ବସ୍ତା ଭଳି ଟାଣିଟାଣି ଗାଡ଼ିରେ ପୂରାଯାଉଛି । ମହାନଗର ନିଗମ କର୍ମଚାରୀଙ୍କ ଏ କାଣ୍ଡକାରନାମା ସତରେ ହୃଦୟ ବିଦାରକ ।

ଏହା ପୂର୍ବରୁ ମଧ୍ୟ ଭାଇରାଲ ହୋଇଥିବା କିଛି ଭିଡ଼ିଓରେ ମୁମ୍ବାଇର ଏଇଏମ୍ ହସ୍ପିଟାଲରେ କିପରି ଚିକିତ୍ସାଧିନ କରୋନା ଆକ୍ରାନ୍ତ ରୋଗୀଙ୍କ ପାଖରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିଲା କରୋନାରେ ପ୍ରାଣ ହରାଇଥିବା ମୃତଦେହ। ଦିଲ୍ଲୀର LNJP ହସ୍ପିଟାଲର ଲବି ଏବଂ ବିଶ୍ରାମକକ୍ଷରେ ମୃତଦେହ ପଡ଼ି ରହିଥିବା ଭିଜୁଆଲ ଲୋକଙ୍କ ଭିତରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ହେଲେ ଏବେର କୋଲକାତା ଘଟଣା ସେସବୁଥୁ ବଳି ଯାଇଛି ।

ଅନ୍ୟପକ୍ଷରେ କରୋନାରେ ମରିଥିବା ମରଶରୀର ପ୍ରତି ଅସମ୍ମାନ ତାଙ୍କ ଚିକିତ୍ସାରେ ଅବହେଳା ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ରୋଗୀଙ୍କ ପାଖରେ ଶବ ପଡ଼ିରହିବା, ରୋଗୀଙ୍କ ମୃତ୍ୟୁ ନେଇ ସମ୍ପର୍କୀୟଙ୍କୁ ସୂଚନା ଦିଆ ନଯିବା, ମୃତକଙ୍କ ଅନ୍ତ୍ୟେଷ୍ଟିରେ ପରିଜନଙ୍କୁ ସାମିଲ କରା ନଯିବା ଭଳି ଅନେକ ଅଭିଯୋଗକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ ଅସନ୍ତୋଷ ପ୍ରକାଶ କରିଛି ଓ କରୋନା ସମୟରେ ପରିଚାଳନାକୁ ନେଇ ପ୍ରଶ୍ନ କରିଛି ।

ସର୍ବୋଚ୍ଚ ନ୍ୟାୟଳୟ କହିବାନୁଯାୟୀ ଦିଲ୍ଲୀର ସ୍ଥିତି ସାଂଘାତିକ । ଏମିତିକି କରୋନା ଟେଷ୍ଟ ସଂଖ୍ୟା କମ ହେଉଥିବାରୁ ତା ସଂଖ୍ୟା ବଢ଼ାଇବା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ କାହିଁକି, ସମାନ ଅଭିଯୋଗରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓ ତାମିଲନାଡୁ ସରକାରଙ୍କୁ ବି ନୋଟିସ ଜାରି କରାଯାଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସମ୍ବନ୍ଧୀୟ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ବି ଆଦେଶ ଦିଆଯାଇଛି ଯାହାର ଶୁଣାଣି ଆସନ୍ତ ବୁଧବାର ଦିନ ହେବ ।

Leave a Reply

Your email address will not be published. Required fields are marked *