ଆରପାରିରେ ଅଭିନେତା ତଥା ବିଗବସ୍ – ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲା, ଏହି କାରଣରୁ ହେଲା ତାଙ୍କ ଦେହାନ୍ତ..

ସଂସ୍କାର : ଅଭିନେତା ତଥା ବିଗବସ୍ – ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି। ୪୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସିଦ୍ଧାର୍ଥଙ୍କ ଦେହାନ୍ତର କାରଣ ହୃଦଘାତ ବୋଲି ମୁମ୍ବାଇର କୁପୁର ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୪୦ ବର୍ଷ ବୟସରେ ମୁମ୍ବାଇର କୁପୁର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡ଼ ସମେତ ଅନେକ ସିନେ ଷ୍ଟାରଙ୍କ ମହଲରେ ଶୋକର ଛାୟା ଖେଳାଇଦେଇଛି।

ଅନ୍ୟପଟେ ସିଦ୍ଧାର୍ଥ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ – ୧୩ର ବିଜେତା ରହିଥିଲେ । ଏହା ସହିତ ଅନେକ ହିନ୍ଦୀ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ ଶୁକ୍ଲା। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଅଭିନେତା ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ସମୟରେ କିଛି ଔଷଧ ସେବନ କରିଥିଲେ। ଔଷଧ ସେବନ ପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଯନ୍ତ୍ରଣାସ୍ତର ଗଭୀର ହେବା ଯୋଗୁଁ ତାଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତ କୁପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ମଧ୍ୟାହ୍ନ ସମୟରେ କୁପୁର ମେଡିକାଲରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ବର୍ଷ ବୟସ ହୋଇଥିଲା ।

ତେବେ ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ ମସିହାରେ ସିଦ୍ଧାର୍ଥ ଶୁକ୍ଲା ଜନ୍ମଗ୍ରହଣ କରିଥିଲେ । ମଡେଲ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସେ । ୨୦୦୪ରେ ଟିଭି ସିରିଏଲରୁ ଫିଲ୍ମରେ ଡେବ୍ୟୁ କରିଥିଲେ । ୨୦୦୮ରେ ବାବୁଲକି ଆଙ୍ଗନ ଏକ ଟିଭି ସିରିଏଲରେ ନଜର ଆସିଥିଲେ । ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲେ । କିନ୍ତୁ ସିରିଏଲ ବାଳିକା ବଧୂ ତାଙ୍କୁ ଖୁବ୍‌ ପରିଚୟ ଦେଇଥିଲା ।

Leave a Reply

Your email address will not be published. Required fields are marked *