ସଂସ୍କାର : ଓଡ଼ିଶା ଓ ଛତିଶଗଡ ରାଜ୍ୟ ବିଜେପିର ଗୁରୁ ଦାୟିତ୍ବ ନେଇଥିବା ଡି.ପୁରନ୍ଦେଶ୍ୱରୀ ଦେଲେ ଏକ ବିବାଦୀୟ ବୟାନ। ଆଉ ସେ ଦେଇଥିବା ଏହି ବୟାନ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି। ଛତିଶଗଡର ବସ୍ତରରେ ବିଜେପିର ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା । ଆଉ ଏହି ଶିବିରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ତାଙ୍କ ମନ୍ତ୍ରିମଣ୍ଡଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଡି.ପୁରନ୍ଦେଶ୍ୱରୀ । ପୁରନ୍ଦେଶ୍ୱରୀ କହିଥିଲେ ଯେ, ଯଦି ଆମ କର୍ମୀମାନେ ଛେପ ପକାଇବେ ।
ତେବେ ସେହି ଛେପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଭାସିଯିବେ। ଗତକାଲି ବସ୍ତରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଛତିଶଗଡର ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବାଘେଲ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ‘ମୁଁ ଆପଣଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିବେଦନ କରୁଛି । ଯଦି ଆପଣମାନଙ୍କର କଠିନ ପରିଶ୍ରମ ଏପରି ରହିବ, ତେବେ ବିଜେପି ୨୦୨୩ ମସିହାରେ କ୍ଷମତାକୁ ଆସିବାରେ କେହି ରୋକିପାରିବେ ନାହିଁ। ଆଉ ଯେତେବେଳେ ଆପଣ ପଛକୁ ବୁଲି ଛେପ ପକାଇବେ । ସେତେବେଳେ ଭୁପେଶ ବାଘେଲ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଏଥିରେ ଭାସିଯିବ ।
ସେ କହିଛନ୍ତି ଯେ, ଆମ କର୍ମୀମାନେ ଅର୍ଥାତ୍ ଆପଣ ମାନେ ବିଜେପିର ମେରୁଦଣ୍ଡ । ତେଣୁ ମୁଁ ମଞ୍ଚରେ ଥାଇ ସମସ୍ତଙ୍କୁ ନମଶ୍ୟ କରୁଛି। ମଞ୍ଚରେ ଭାଷଣ ଦେଉଥିବା ତାଙ୍କ ଭଳି ନେତାମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କର୍ମୀଙ୍କ କଠିନ ପରିଶ୍ରମ ହେତୁ ସେମାନେ ସେହି ସ୍ଥାନରେ ପହଞ୍ଚିଛନ୍ତି ।