ସଂସ୍କାର : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ସମୟରେ କହିଛନ୍ତି ଯେ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଜଣେ ବିବାହିତ ଥିଲେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦିଆଯିବ। ଏହା ଆଇନ ସମ୍ମତ। ଏକ ପ୍ରେମୀ ଯୁଗଳ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ, ଆଉ ସମ୍ବିଧାନ ସମସ୍ତଙ୍କର ଜୀବନଯାପନ ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ଅଧିକାର ଦେଇଥାଏ। ଏକ ପିଟିସନ ଦାଖଲ କରିବା ସମୟରେ ପ୍ରେମୀ ଯୁଗଳ ହାଇକୋର୍ଟଙ୍କୁ କହିଛନ୍ତି ଯେ ପ୍ରେମିକ ପୂର୍ବରୁ ବିବାହିତ ଏବଂ ତାଙ୍କ ଛାଡପତ୍ର ହାଇକୋର୍ଟରେ ବିଚାରାଧୀନ ଅଛି।
ତେବେ ପ୍ରେମୀ ଯୁଗଳ ସହମତି ଭିତ୍ତିରେ ଅଛନ୍ତି ଏବଂ ପ୍ରେମିକ ଜଣକ କହିଛନ୍ତି ଯେ, ତାଙ୍କ ପତ୍ନୀ ଏବଂ ତାଙ୍କ ପତ୍ନୀଙ୍କ ପରିବାର ସଦସ୍ୟଙ୍କ ଠାରୁ ସେମାନଙ୍କ (ପ୍ରେମୀ ଯୁଗଳ ) ଜୀବନ ପ୍ରତି ବିପଦ ରହିଛି। ପ୍ରେମୀ ଯୁଗଳ କହିଛନ୍ତି ଯେ ପତ୍ନୀଙ୍କ ଅଭିଯୋଗ ଆଧାରରେ ସମ୍ରାଲାର SHO ତାଙ୍କୁ ନିରନ୍ତର ହଇରାଣ କରୁଛି।
ତେବେ ଏହି ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ କହିଛନ୍ତି ଯେ ଆଇପିସିର ଧାରା ୪୯୭ ଅନୁସାରେ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଆଯିବ। ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ପ୍ରେମୀ ଯୁଗଳ ସହମତି ଭିତ୍ତିରେ ରହିବା କୌଣସି ପରିସ୍ଥିତିରେ ବେଆଇନ ନୁହେଁ। ଯଦି ଦୁଇଜଣ ବୟସ୍କ ସମ୍ମତି ଅନୁଯାୟୀ ଏକାଠି ରହିବାକୁ ଇଚ୍ଛା କରନ୍ତି, ତେବେ ଏହାକୁ ଅପରାଧ ବୋଲି କୁହାଯାଇପାରିବ ନାହିଁ। ବିବାହିତ ହୋଇ ମଧ୍ୟ ଅନ୍ୟ କାହା ସହିତ ସହମତି ସମ୍ପର୍କ ରଖିବା ଅପରାଧ ନୁହଁ ବୋଲି କୋର୍ଟ କହିଛନ୍ତି।