ଯେତେବେଳେ କରୋନା ମହାସଙ୍କଟ ସାରା ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ଠିକ ସେହି ସମୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏଇଟା ହିଁ ଗୋଟିଏ ସୁଯୋଗ ଯେଉଁ ସମୟରେ ଦେଶବାସୀ ଆତ୍ମନିର୍ଭର ହେଇପାରିବେ । ଦେଶବାସୀଙ୍କୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଘରୋଇ କମ୍ପାନୀ ପାଇଁ ୪୧ଟି କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଭାରତ କରୋନା ସାଙ୍ଗରେ ଲଢିବ ବି ଆଉ ଆଗକୁ ବଢିବ ବି । କରୋନା ଭାଇରସର ମହାସଙ୍କଟକୁ ଭାରତ ଅବସରରେ ପରିଣତ କରିବ । କେବଳ ଘରୋଇ କମ୍ପାନୀ ପାଇଁ ବରଂ କୋଲ ସେକ୍ଟରକୁ ବର୍ଷ ବର୍ଷର ଲକଡାଉନ ଭିତରୁ ବାହାର କରିବା ଉଦ୍ଦେଶ୍ୟ ନେଇ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ ଏ କରୋନା ସଙ୍କଟ ଭାରତକୁ ଆତ୍ମନିର୍ଭର ଭାରତ ହେବାକୁ ଶିକ୍ଷା ଦେଇଛି ।

ସୂଚନା ଅନୁଯାୟୀ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆଗାମୀ ଦିନରେ ଆମଦାନୀ କମ୍ କରାଯିବା ସହିତ ଆମଦାନୀ ବାବଦରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରା ସଞ୍ଚୟ ହେବ । ଭାରତକୁ ଯେପରି କାହା ଉପରେ ନିର୍ଭର ହେବାକୁ ନପଡ଼େ ଖାସ୍ ସେଇଥିପାଇଁ ଦେଶରେ ଭିତ୍ତିଭୂମୀର ବିକାଶ ଏବଂ କଞ୍ଚାମାଲର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।